Uncategorized

ଆଫ୍ରିକୀୟ ଚିତା ଆମଦାନୀକୁ ସୁପ୍ରିମ କୋର୍ଟଙ୍କ ଅନୁମତି

(ମହାଭାରତ) ନୂଆଦିଲ୍ଲୀ: ଆଫ୍ରିକା ଚିତା ବାଘକୁ ଆଣି ଭାରତରେ ଏକ ଅନୁକୂଳ ପରିବେଶରେ ରଖିବାକୁ କେନ୍ଦ୍ରକୁ ସୁପ୍ରିମ କୋର୍ଟ ମଙ୍ଗଳବାର ଦିନ ଅନୁମତି ପ୍ରଦାନ କରିଛନ୍ତି । ଭାରତରେ ଚିତା ସଂଖ୍ୟ ଅହେତୁକ ଭାବେ ହ୍ରାସ ପାଉଥିବା ଦର୍ଶାଇ ଜାତୀୟ ବ୍ୟଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ସୁପ୍ରିମକୋର୍ଟଙ୍କୁ ଆଫ୍ରିକାର ନାମିବିଆରୁ ଚିତା ଆଣିବାକୁ ଅନୁମତି ଦେବାକୁ ଏକ ଆବେଦନ କରିଥିଲା ।
ଆପେକ୍ସ କୋର୍ଟ ପୂର୍ବତନ ବନ୍ୟଜୀବ ନିର୍ଦ୍ଦେଶକ ରଞ୍ଜିତ ସିଂହ, ବନ୍ୟଜୀବ ଇଣ୍ଡିଆର ଡିଜି ଧନଞ୍ଜୟ ମୋହନ, ବନ୍ୟଜୀବ ଡିଆଇଜିଙ୍କୁ ନେଇ ଏକ କମିଟ ିଗଠନ କରିଥିଲେ । ଏହି କମିଟି ଏନଟିସିଏ ଅପିଲକୁ ନେଇ କୋର୍ଟଙ୍କୁ ଦିଗଦର୍ଶନ ଦେବ । ମୁଖ୍ୟବିଚାରପତି ଏସ ଏ ବୋବଡେ, ବିଚାରପତି ବି ଆର ଗଭଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆପେକ୍ସ କୋର୍ଟ ଏହି ପରିଯୋଜନାର ନିରୀକ୍ଷଣ କରିବ ଓ କମିଟି ପ୍ରତି ୪ ମାସରେ ଥରେ ତାର ରିପୋର୍ଟ ଦାଖଲ କରିବ । ସୁପ୍ରିମ କୋର୍ଟ ଆହୁରି କରିଛନ୍ତି, ଏନଟିସିଏ ପକ୍ଷରୁ ଭାରତରେ ଏକ ଉପଯୁକ୍ତ ସ୍ଥାନ ଚିହ୍ନଟ ପରେ ଆଫ୍ରିକାରୁ ଚିତା ଅଣାଯିବ । ଏହି ସ୍ଥାନ ଚିହ୍ନଟ ପ୍ରକ୍ରିୟାରେ ବନ୍ୟଜୀବ ବିଶେଷଜ୍ଞ କମିଟି ଏନସିଟିଏକୁ ଦିଗଦର୍ଶନ କରିବ ।

Related posts

ମୋଦିଙ୍କ ହେଲ୍ଥ ଟିପ୍ସ: କାଢା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

mahabharatanews

କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ ଏହି ୪ଟି କଥା

mahabharatanews

ଏଣିକି କରୋନା ସଂକ୍ରମଣରେ ଫୁସଫୁସ ରହିବ ସୁସ୍ଥ

mahabharatanews

Leave a Comment