Uncategorized

ଆସାମର ବୁର୍ହି ଦିହିଙ୍ଗ ନଦୀରେ ନିଆଁ

(ଗୁଆହାଟୀ): ଆସାମର ଦିବ୍ରୁଗଡରେ ଥିବା ବୁର୍ହି ଡିହିଙ୍ଗ ନଦୀରେ ନିଆଁ ଲାଗି ତିନି ଦିନ ଧରି ଜଳୁଥିବା ଦେଖାଯାଇଛି । ନଦୀ ମଧ୍ୟ ଦେଇ ଯାଇଥିବା ଏକ ତେଲ ପାଇପ ଲାଇନ ଫାଟି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ନିଆଁକୁ ଆୟ୍ତ୍ତ କରାଯାଇ ପାରିନାହିଁ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ୍ତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ସେଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଦିବ୍ରୁଗଡ ଜିଲ୍ଲା ନହରକଟିଆ ଅନ୍ତର୍ଗତ ସାସୋନି ଗାଁ ନିକଟ ଦିଘୋଲିବିଲ୍ ଠାରେ ବୁର୍ହି ଦିହିଙ୍ଗ ନଦୀରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ନଦୀ ମଧ୍ୟ ଦେଇ ଅଏଲ ଇଣ୍ଡିଆ ଲିମିଟେଡର ପାଇପ ଲାଇନ ବିଛା ଯାଇଥିଲା । ଗତ କିଛି ତଳେ ନଦୀରେ ତେଲ ଭାସୁଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ପରେ କୌଣସି କାରଣବଶତଃ ତେଲରେ ନିଆଁ ଲାଗି ଯାଇଥିଲା । ଅଳ୍ପ କିଛି ଦିନ ନିଆଁର ଶିଖା ସ୍ଥାନକୁ ଆଚ୍ଛାଦିତ କରି ରଖିଛି । ନଦୀରେ ଜଳୁଥିବା ନିଆଁର ଶିଖା ଓ ସେଥିରୁ ଉଠୁଥିବା କଳା ଧୂଆଁକୁ ଦେଖି ସ୍ଥାନୀୟ ଅଧିବାସୀଙ୍କ ମନରେ ଛନକା ପଶିଯାଇଛି । ଏହାର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନଦୀ ମଧ୍ୟ ଦେଇ ଯାଇଥିବା ତେଲ ପାଇପ ଲାଇନ କଣା କରି ଦୁର୍ବୃତ୍ତମାନେ ତେଲ ଚୋରାଇ ନେବାକୁ ଉଦ୍ୟମ କରିବା ବେଳେ ଏଭଳି ଦୁର୍ଘଟଣା ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏବେ ଏକ ଟେକ୍ନିକାଲ ଟିମ୍ ନିଆଁ ଲିଭାଇବା ସହ ଦୁର୍ଘଟଣାସ୍ଥଳକୁ ଯାଇ ପାଇପ୍ ଲାଇନ ମରାମତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି

Related posts

ରେକର୍ଡ ସ୍ତରରେ ପହଞ୍ଚିଲା ମାର୍କେଟ, ପ୍ରଥମଥର ପାଇଁ ସେନସେକ୍ସ ୪୨,୦୦୦ ଉପରେ

mahabharatanews

ଅଯୋଧ୍ୟା ରାମ ମନ୍ଦିର ପାଇଁ ବିଶ୍ୱର ସବୁଠାରୁ ବଡ ଘଣ୍ଟି ଦାନ

mahabharatanews

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

mahabharatanews