Uncategorized

ଆସାମ ତୈଳକୂପରେ ବିସ୍ଫୋରଣ: ୩ ବିଶେଷଜ୍ଞ ଗୁରୁତର

ଗୌହାଟୀ: ଆସାମର ଏକ ତୈଳ କୂପରେ ଏକ ଭୟଙ୍କର ବିସ୍ଫୋରଣ ଘଟି ସେଥିରେ କାର୍ଯ୍ୟରତ ୩ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏପରି ଭୟଙ୍କର କି ଏହାର ନିଆଁକୁ ଆୟତ କରିବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି ।
ବୁଧବାରଦିନ ଏହି ତୈଳକୂପରେ ହଠାତ ଏକ ବିସ୍ଫୋରଣ ହୋଇଥିଲା । ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପର ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲ କମ୍ପାନୀକୁକୁ ଦାୟିତ୍ୱ ଦିଆଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ସେଥିରେ ଆଜି କୌଣସି ପ୍ରକାରେ ବିସ୍ଫୋରଣ ଘଟିଛି ।

Related posts

ପୁଣି ଥରେ ମା ହେଲେ ବଲିଉଡ଼ ଅଭିନେତ୍ରୀ ଲିଜା ହେଡ଼େନ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews

ରକେଟ ମାଡରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରାଲି ପଣ୍ଡ

mahabharatanews