(ମହାଭାରତ): ଅଭିନେତା ଅନୀଲ କୁପରଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଖ୍ୟାତ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରାଙ୍କ ଫିଲ୍ମ ‘ମିର୍ଜିୟା’ ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ ହର୍ଷବର୍ଦ୍ଧନ । ଏହା କିନ୍ତୁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହାପରେ ହର୍ଷବର୍ଦ୍ଧନଙ୍କୁ ‘ଭାବେଶ ଜୋଶୀ’ରେ ଦେଖିବାକୁ ମିଳିଥିଲା ।
ଏବେ ସେ ଯେଉଁ ନୂଆ ସିନେମାରେ କାମ କରୁଛନ୍ତି,ତାହା ୨୦୦୮ ବେଜିଂ ଅଲମ୍ପିକରେ ୧୦ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ତୀରନ୍ଦାଜ ଅଭିନବ ବିନ୍ଦ୍ରାଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ଟାଇଟଲ ରୋଲରେ ନଜର ଆସିବେ ହର୍ଷବର୍ଦ୍ଧନ କପୁର । ସବୁଠାରୁ ବଡ କଥା ହେଲା ଯେ ଏଥିରେ ପ୍ରଥମଥର ଲାଗି ଅନୀଲକପୁର ଏବଂ ତାଙ୍କ ପୁଅ ହର୍ଷବର୍ଦ୍ଧନଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ ।
ଅନୀଲ ଏବିଷୟରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫିଲ୍ମର ଷ୍ଟାରକାଷ୍ଟଙ୍କ ସହିତ ଉଠାଇଥିବା ଏକ ଫଟୋକୁ ସେୟାର କରିଛନ୍ତି, ଯେଉଁଥିରେ ଅନୀଲ ଓ ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଅଭିନବ ବନ୍ଦ୍ରା ନଜର ଆସିବେ । ସେ କହିଛନ୍ତି ଯେ ଏହି ଫିଲ୍ମର ସୁଟିଂ ଫେବୃୟାରୀ୧୨ ତାରିଖରୁ ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିବ।। ନେଇ ଅନୀଲ ସୂଚନା ଦେଇଛନ୍ତି ।
previous post
next post