ରାଜନୀତି

ଓଡିଶାରୁ ପଞ୍ଜାବ ସବୁଠି ବବିଙ୍କ ପ୍ରଶଂସା

ମହାଭାରତ, ଭୁବନେଶ୍ୱର : ପୁରୀର ସୌନ୍ଦର୍ଯ୍ୟକରଣରେ ନବୀନ ସରକାରଙ୍କ ପଦକ୍ଷେପକୁ ଯେତିକି ପ୍ରଶଂସା କରାଯାଉ ନାହିଁ, ତାଠୁ ଅଧିକ ପ୍ରଶଂସା ମିଳୁଛି ପ୍ରଣବ ପ୍ରକାଶ ବା ବବି ଦାସଙ୍କୁ । କାରଣ ଏହି ସୌନ୍ଦର୍ଯ୍ୟକରଣର ପୂରା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଇଥିଲେ ତାଙ୍କ ପ୍ରଥମ ପସନ୍ଦ ଓ ବିଶ୍ୱସ୍ଥ ବିଧାୟକ ବବିଙ୍କୁ । ପୁରୀବାସୀଙ୍କୁ ବୁଝାସୁଝା କରିବା, ଉଚ୍ଛେଦ ଦୋକାନୀଙ୍କ ଥଇଥାନ, କ୍ଷତିପୂରଣକୁ ନେଇ କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବାର ଭାର ଥିଲା ବବିଙ୍କ ଉପରେ । ବବି ମଧ୍ୟ ତାଙ୍କ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରି ସରକାରଙ୍କୁ ବହୁ ଅଡୁଆରୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ ।

ତେବେ ପୁରୀର ମଙ୍ଗୁ ମଠ ଉଚ୍ଛେଦକୁ ନେଇ ଶିଖ ସଂଗଠନ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ଏଥିନେଇ ଶିଖ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଗତକାଲି ପଞ୍ଜାବ ବିଧାୟକ ସମର୍ଜିତ ସିଂହ ବେନ ଓଡିଶା ଗସ୍ତରେ ଆସି ଓଡିଶା ସରକାରଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମୁଖ୍ୟ ଭୂମିକା ତୁଲାଇଥିଲେ ବବି । ଆଲୋଚନା ପରେ ପଞ୍ଜାବ ବିଧାୟକ ସିଂହ ଗଣମାଧ୍ୟମକୁ ପ୍ରତ୍ରିକିୟା ଦେବା ସମୟରେ ଓଡିଶା ସରକାର, ପ୍ରଶାସନକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିବା ବେଳେ ଏକାଧିକ ଥର ବବିଙ୍କ ନାମ ନେଇଥିଲେ । ସେ ତାଙ୍କୁ ନିଜର ଭାଇ କହିଥିଲେ । ପୁରୀର ସୌନ୍ଦର୍ଯ୍ୟକରଣରେ ବବିଙ୍କ ଭୂମିକା ସହ କାଲିର ଆଲୋଚନାରେ ତାଙ୍କ ବୌଦ୍ଧିକ ଆଲୋଚନା ନିଶ୍ଚିତ ପ୍ରଶଂସା ଯୋଗ୍ୟ । ଏହା ବବିଙ୍କ ସାଂଗଠନିକ ଦକ୍ଷତା ଓ କର୍ମ ଚାତୁରୀ ଯୋଗୁ ସମ୍ଭବ ହୋଇଥିବା କୁହାଯାଇଥିଲା ।

ବାସ୍ତବରେ ବବି ଯେଉଁ କାମ ହାତକୁ ନେଇଛନ୍ତି ତାହା କରି ଦେଖାଇଛନ୍ତି । ରବିବାର ବାରବାଟୀରେ ଅନୁଷ୍ଠିତ ହୋଇଥିବା ଭାରତ ଅଷ୍ଟ୍ରେଲିଆ ମ୍ୟାଚର ସଫଳତାର ସିରପା ମଧ୍ୟ ବବିଙ୍କ ମୁଣ୍ଡକୁ ଯାଇଥିଲା । ବବି ଓସିଏ ସଭାପତି ନିର୍ବାଚନଠାରୁ ଆରମ୍ଭ କରି ସଭାପତିଙ୍କ ନେତୃତ୍ୱରେ ବାରବାଟୀ ମ୍ୟାଚକୁ ସଫଳ କରାଇବାର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପରୋକ୍ଷ ତତ୍ୱାବଧାନରେ ଓସିଏ ସଭାପତି ହେବାରେ ସକ୍ଷମ ହୋଇଥିଲେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା । ବାରବାଟୀ ମ୍ୟାଚରେ ଗତ ଥର ହୋଇଥିବା ଅନିୟମତତା ପାଇଁ ଦୁଇ ବର୍ଷ ହେଲା ବାରବାଟୀରେ ମ୍ୟାଚ ପାଇଁ ବିସିସିଆଇ କଟକଣା ଲଗାଇଥିଲା । ତେବେ ସଂଜୟ ବବିଙ୍କ ନିର୍ଦ୍ଦେଶମୁତାବକ କାର୍ଯ୍ୟ କରି ମ୍ୟାଚକୁ ସଫଳ କରିଥିଲେ । ମ୍ୟାଚ ପୂର୍ବରୁ ମଧ୍ୟ ବବି ଷ୍ଟାଡିୟମର ପରୀକ୍ଷଣ କରିଥିଲେ । କେବଳ ଏହି ଦୁଇଟି ଘଟଣା ନୁହେଁ, ପ୍ରତ୍ୟେକ କାର୍ଯ୍ୟରେ ବବି ତୃଣମୂଳ ସ୍ତରରୁ ନିଜର କାର୍ଯ୍ୟ କରିଥାନ୍ତି ତଥା ଆମୂଳ ଚୂଳ ସମସ୍ତ ପର୍ଯ୍ୟାୟକୁ ନିଜ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦନ କରିଥାନ୍ତି । ତାଙ୍କର ଏହି କାର୍ଯ୍ୟନିଷ୍ଠତା ପାଇଁ ସେ ସଦା ପରିଚିତ ।

Related posts

ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

mahabharatanews

ମୋଦୀ ସର୍ବଦଳୀୟ ବୈଠକ ଡକାଇବାକୁ ନେଲେ ନିଷ୍ପତ୍ତି

mahabharatanews

୨ୟ ବବି ଦାସ !

mahabharatanews

Leave a Comment