କନ୍ଧମାଳ: କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକର ଏକ ଦୁର୍ଗମ ଅଞ୍ଚଳ ଶ୍ରୀରାମପୁରଠାରେ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଶିବିରର ମୁଖ୍ୟ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଅଭିଯେ।।ଗ ଉପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱନାଥ ବାରିକ ପିଡି; ରାଜସ୍ୱରୀ ପଟ୍ଟନାୟକ ସିଡିଏମଓ, ଓଁକାର ମହାନ୍ତ, କମାଣ୍ଡର ସିଆରପିଏଫ, ଜି ବି ପନ୍ତୁଳ ରାଓ ଉପାଧ୍ୟକ, କୋଟଗଡ; କୈଳାଶ ମୁର୍ମୁ ବିଡିଓ, କୋଟଗଡ; ଲକ୍ଷ୍ମଣ ସୁରେନ, ତହସିଲଦାର, କୋଟଗଡ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ମୁଖ୍ୟତଃ ଗମନାଗମନ,ଶିକ୍ଷା, ନେଟୱାର୍କ, ପାନୀୟ ଜଳ ଏହି ସବୁ ଉପରେ ଅଭିଯୋଗ ହୋଇଥିଲା ।