Uncategorized

କରୁଣା ନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଚେନ୍ନାଇ: ରବିବାର ଦିନ ତାମିଲନାଡୁର ସାଇଦାପେତଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏମ କରୁଣାନିଧିଙ୍କ ଏକ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି । ଡିଏମକେ ସଭାପତି ଏମକେ ଷ୍ଟାଲିନ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ । ଏହି ଉତ୍ସବ ଅବସରରେ ଷ୍ଟାଲିନ କହିଛନ୍ତି, ଆଞ୍ଚଳିକ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ବହୁ ସଂଖ୍ୟାରେ ବିଜୟ ହାସଲ କରିଛି । ଶ।ସକ ଦଳ ପ୍ରତିଥର ଭଲ ପ୍ରଦର୍ଶନ କରୁଥିବା ବେଳେ ଚଳିତ ଥର ଡିଏମକେ ବାଜିମାତ କରିଛି ।

ସୂଚନାଯୋଗ୍ୟ, ତାମିଲନାଡୁରେ ପ୍ରଥମ ପର୍ଯ୍ୟାୟ ଭୋଟ ଡିସେମ୍ବର ୨୭, ୨୦୧୯ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାମନାଥପୁରମ, ଥିରୁପୁଲାନି, ମଣ୍ଡାପମ, ଆରଏସ ମଙ୍ଗଳମ, ଥିରୁଭଦନାଇରେ ୧,୫୪୬ଟି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ୩୦ ଡିସେମ୍ବର ୨୦୧୯ରେ ୨,୧୪୪ଟି ଆସନରେ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, କରୁଣାନିଧି ତାମିଲନାଡୁର ୨ ଦିଶକ ଧରି ମୁଖ୍ୟମନ୍ତ୍ରୀ ଥିଲେ । ୧୦୬୯ରୁ ୨୦୧୧ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ଭାର ନେଇଥିଲେ । ଡିଏମକେର ୧୦ ଥରର ସଭାପତି ରହିଥିଲେ । ରାଜନୀତିକୁ ପ୍ରବେଶ କରିବା ପର୍ବୂରୁ ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସ୍କ୍ରିନ ରାଇଟର ଭାବେ କାର୍ଯ୍ୟକରୁଥିଲେ ।

Related posts

ସର୍ବଧର୍ମ ପୂଜା ପରେ ଏୟାର ଫୋର୍ସରେ ସାମିଲ ହେଲା ରାଫେଲ

mahabharatanews

ସହଜ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଲଙ୍କା ଆଚାର

mahabharatanews

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ

mahabharatanews