Uncategorized

କାବୁଲ: ଆତ୍ମଘାତୀ ଆକ୍ରମଣରେ ୫ ମୃତ

କାବୁଲ: ମଙ୍ଗଳବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ୩ ଜଣ ସେନା ଯବ।ନଙ୍କ ସହ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଥିବା ଅଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ୫ ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ୭ ଜଣ ସେନା ଯବାନ ଅଛନ୍ତି ବୋଲି ସ୍ଥ।।ନୀୟ ଟୋଲୋ ନ୍ୟୁଜକୁ ଅଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ନସ୍ରତ ରହିମି କହିଛନ୍ତି । ଏହି ଘଟଣାରେ ଆଫଗାନ ନ୍ୟୁଜ ବ୍ରୋଡକାଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି କି, ଏହି ଘଟଣା ମଙ୍ଗଳବାର ସକାଳ ୭ଟାରେ (ସ୍ଥାନୀୟ ସମୟ) କାବୁଲର ମାର୍ସାଲ ଫହିମ ମିଲିଟ।।ରୀ ଆକାଡେମୀ ନିକଟରେ ହୋଇଛି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବା ଆଫଗାନ ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

କେରଳ ସରକାରର ଯ।ଚିକାକୁ ହାଇକୋର୍ଟ ପଠାଇଲେ ସୁପ୍ରିମକୋର୍ଟ

mahabharatanews

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

mahabharatanews

ରାଜଦୀପଙ୍କ ବିରୋଧରେ ଅବମାନନା ମାମଲାକୁ ଅସ୍ୱୀକାର କଲେ ସୁପ୍ରିମ କୋର୍ଟ

mahabharatanews

Leave a Comment