(ମହାଭାରତ )ନୂଆଦିଲ୍ଲୀ: ଚୀନରେ କୋରୋନା ଭୂତାଣୁ ଭୟଙ୍କର ରୂପ ନେଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୧୦୬ ଜଣଙକ୍ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ଭାରତ ମଧ୍ୟ ଏହି ଭୂତାଣୁକୁ ନେଇ ହାଇ ଆଲର୍ଟରେ ରହିଛି । ମଙ୍ଗଳବାର ଦିନ ଚୀନରୁ ଆସଥିବା ୩ ଜଣଙ୍କୁ ନୂଆଦିଲ୍ଲୀ ସ୍ଥିତ ଆରଏମଏଲ ହସ୍ପିଟାଲରେ ପରୀକ୍ଷା ନିରୀକ୍ଷା କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ୩ ଜଣଙ୍କ ବୟସ ୨୪ରୁ ୪୮ ବର୍ଷ ମଧ୍ୟରେ ହେବ । ସୋମବାର ଦିନ ଏମାନଙ୍କୁ ଅଲଗା ଭାବେ ରଖାଯାଇଛି ଓ ଏମାନଙ୍କ ସାମ୍ପୁଲ ପୁଣେ ପରୀକ୍ଷାଗାରକୁ ପଠାଯାଇଥିବା ଡା ମିନାକ୍ଷୀ ଭରଦ୍ୱାଜ କରିଛନ୍ତି । ସମସ୍ତ ୩ ଜଜଣଙ୍କଠାରେ ଶ୍ୱାସ ଜନିତ ସମସ୍ୟା ଦେଖ।। ଯିବା ସହ ଥଣ୍ଡା ଓ କାସ ସମସ୍ୟା ରହିଛି । ଏମାନେ ସମସ୍ତେ ନିଜ ତରଫରୁ ଆସି ସ୍ୱାସ୍ଥ୍ୟ ସମସ୍ୟା ନେଇ ପରୀକ୍ଷା କରାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ସପ୍ତାହେ ତଳେ ଚୀନରୁ ଭାରତ ଆସିଥିବା ବେଳେ ଅନ୍ୟ ଜଣେ ଏକ ମାସ ପୂର୍ବେ ଆସିଥିଲେ ।
ସେହିପରି କେରଳରେ ୫ ଜଣ ବ୍ୟକ୍ତି କୋରୋନା ଭୂତାଣୁରେ ସଂକ୍ରମିତ ସନ୍ଦେହରେ ଅଲଗା ରୋଗୀ କକ୍ଷରେ ନିରୀକ୍ଷଣରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ କେରଳର ତିରୁଅନନ୍ତପୁରମରେ ନିରୀକ୍ଷଣରେ ରଖାଯାଇଥିବା ବେଳେ ଏର୍ଣ୍ଣାକୁଲମ ହସ୍ପିଟାଲର ଅଲଗା କକ୍ଷରେ ୩ ଜଣ ଓ ଥ୍ରିସୁରରେ ଜଣେ ଅଛନ୍ତି । ବହୁଳ ଲୋକଙ୍କୁ ନିରୀକ୍ଷଣରେ ବିଭିନ୍ନ ରାଜ୍ୟରେ ରଖା ଯାଇଛି । ସେହି ସବୁ ରାଜ୍ୟ ମଧ୍ୟରେ ରହିଛି କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର । ଏମାନେ ସମସ୍ତେ କୋରୋନା ଭୂତାଣୁ ସଂକ୍ରମିତ ଅଞ୍ଚଳରୁ ଆସଛନ୍ତି ।
ସୂଚନା ମୁତାବକ ଜାନୁଆରୀ ୧୪ ତାରିଖ ମଦ୍ୟରେ ମୋଟ ୧୭ଟି ସାମ୍ପୁଲ ଅ।।ଇସିଏମଆର ନିଭ, ପୁଣେ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଯାଇଛି । ଯେଉଁଥିରେ ୧୪ଟି ପରୀକ୍ଷା ସରିଛି ଓ ସମସ୍ତ ପରୀକ୍ଷା ନେଗେଟିଭ ଆସିଛି । କୋରୋନା ଭୂତାଣୁ ବ୍ୟାପିବା ପରେ ଚୀନରୁ ମୋଟ ୧୫୫ ବିମାନରେ ୩୩,୫୫୨ ଜଣ ଭାରତରେ ପହଞ୍ôଚଥିôବା ସୋମବାର ସୁଦ୍ଧା ରିପୋର୍ଟ ରହିଛି । ଏହି ଭୂତାଣୁକୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ଭ୍ୟାକ୍ସିନର ଉଦ୍ଭାବନ ହୋଇନାହିଁ । ଭୂତାଣୁ ପ୍ରଜାତିର ଏକ ଭୟଙ୍କର ଓ ବ୍ୟାପକ ଭୂତାଣୁ ଶ୍ରେଣୀର ହେଉଛି କୋରୋନା ଭୂତାଣୁ । ଏହା ସାଧାରଣ ଥଣ୍ଡାରୁ ବ୍ୟପୀ ଥାଏ । ପ୍ରଥମେ ଥଣ୍ଡା, କାଶ ଓ ଶ୍ୱାସ କ୍ରିୟାରେ ସମସ୍ୟା ଦେଖା ଦେଇଥାଏ, ପରେ ଏହା ନିମୋନିଆରେ ପରିଣତ ହୋଇଥାଏ ।
previous post