Uncategorized

ଖରା ଦିନେ ବୁଲିବାକୁ ଯାଆନ୍ତୁ ଦାର୍ଜିଲିଙ୍ଗ

(ମହାଭାରତ): ଆଉ କିଛି ଦିନ ପରେ ରାଜ୍ୟରେ ଗରମର ପ୍ରଭାବ ବୃଦ୍ଧି ପାଇବ । ଏହାସହ ପିଲା ମାନଙ୍କର ଗ୍ରୀଷ୍ମକାଳୀନ ଛୁଟି ହୋଇଯିବ । ଯଦି ଏହି ଛୁଟିରେ ଆପଣ ମାନେ କୁଆଡ଼େ ବୁଲିବାକୁ ଯିବାକୁ ଚାହୁଁଛନ୍ତି ତେବେ ଦାର୍ଜିଲିଙ୍ଗ ଯାଆନ୍ତୁ ।

ଦାର୍ଜିଲିଙ୍ଗ ପଶ୍ଚିମବଙ୍ଗରେ ଥିବା ସିଲିଗୁଡ଼ା ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ । ପାହାଡ଼ର ଶିଖରରେ ଅବସ୍ଥିତ ଦାର୍ଜିଲିଙ୍ଗ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିଥାଏ ।ଦାର୍ଜିଲିଙ୍ଗ ନଗର ଦାର୍ଜିଲିଙ୍ଗ ଜିଲ୍ଲାର ମୁଖ୍ୟ ନଗର ଅଟେ । ଏହା ଶିବାଲିକ ପାହାଡ଼ର ଲୋବର ହିମାଳୟରେ ଅବସ୍ଥିତ ଅଟେ । ଏହାର ଉଚ୍ଚତା୨,୧୩୪ ମିଟର (୬,୯୮୨ ଫୁଟ) ଅଟେ ।

ଦାର୍ଜିଲିଙ୍ଗ ଶଦ୍ଦ ତିବତୀ ଭାଷାର ଦୁଇଟି ଶଦ୍ଦ ‘ଦୋର୍ଜ’ ଓ ‘ଲିଙ୍ଗ’ର ମିଳିତରେ ଦାର୍ଜିଲିଙ୍ଗ ହୋଇଛି । ‘ଦୋର୍ଜ’ର ଅର୍ଥ ‘ଓଲା’ ବା ‘ଉପଳ’ ଓ ‘ଲିଙ୍ଗ’ର ଅର୍ଥ ହେଉଛି ‘ସ୍ଥାନ’ । ଦାର୍ଜିଲିଙ୍ଗ ଏଭଳି ଏକ ଜାଗା ଯେଉଁଠାରେ ସବୁ ବେଳେ ଥଣ୍ଡାର ବାତାବରଣ ସୃଷ୍ଟି କରିଥାଏ । ଦାର୍ଜିଲିଙ୍ଗ ହିଲ ଷ୍ଟେସନ ଇଂରେଜ ଶାସନ କାଳ ସମୟରୁ ବିକଶିତ ହୋଇଛି ।

ଦାର୍ଜିଲିଙ୍ଗ କେବଳ ଭାରତରେ ନୁହେଁ ସାରା ଦୁନିଆର ମାନଚିତ୍ରରେ ଏକ ବିଶିଷ୍ଟ ସ୍ଥାନ ହାସଲ କରିଛି । ଦାର୍ଜିଲିଙ୍ଗ ପାହାଡ଼ ତଳେ ଯେଉଁ ଚା ଚାଷ କରାଯାଏ ତାହା ସବୁଆଡ଼େ ପ୍ରସିଦ୍ଧ ।

କେମିତି ଯିବେ:

ଦାର୍ଜିଲିଙ୍ଗ ସହର ସହିତ ଅନେକ ବିମାନବନ୍ଦର ଯୋଡ଼ି ହୋଇ ରହିଛି । ସିଲିଗୁଡ଼ା ଏହାର ନିକବର୍ତ୍ତୀ ବିମାନବନ୍ଦର ଅଟେ । ଯାହା ବିମାନବନ୍ଦର ନିକଟରୁ ୯୦ କିଲୋମିଟର ଦୂର ଅଟେ । ଆପଣ କାର କିମ୍ବା ବସରେ ୨ଘଣ୍ଟା ମଧ୍ୟରେ ଦାର୍ଜିଲିଙ୍ଗରେ ପହଞ୍ଚିପାରିବେ ।

Related posts

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

କାଶ୍ମୀର ପଣ୍ଡିତ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ

mahabharatanews

ମେ ସୁଦ୍ଧା ଦେଶରେ ସଂକ୍ରମଣ ୭୫ ହଜାର ପାର କରିବ

mahabharatanews

Leave a Comment