ଓଡିଶା

ଗାଁ ଗାଁରେ ବ୍ୟାଙ୍କ ସେବା

(ବିଜୟ କୁମାର କାରୁଆ/ପାଟଣା): ପାଟଣା ବ୍ଲକରେ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗାଁ ଗାଁରେ ବ୍ୟାଙ୍କ ସେବା । ଲକ୍ ଡାଉନ୍ ସମାପ୍ତ ହେବା ଯାଏ।ପାଟଣା ଶାଖା ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଅଧୀନରେ ୧୦ଟି ଗ୍ରାମର ୧୮୧ଜଣ ଜମାଖାତା ଧାରୀଙ୍କୁ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।ଲୋକମାନଙ୍କୁ ଗରିବ କଲ୍ୟାଣ ଯୋଜନା, ଉଜ୍ୱଳା ଯୋଜନାର ପଇସା ଦେବାପାଇଁ ଗାଁରେ ବ୍ୟାଙ୍କ ସେବା ଯୋଗାଇ ଦିଆଯାଇଛି।କେନ୍ଦୁଝର ଆଞ୍ଚଳିକ ପ୍ରବନ୍ଧକଙ୍କ ତତ୍ତ୍ୱାବଧାନରେ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ଗୋବିନ୍ଦ ସାହୁ ଙ୍କର ସଂଯୋଜନାରେ ଏହି ବ୍ୟବସ୍ଥା ପରିଚାଳିତ ହେଉଛି।ଲୋକମାନେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଭିଡ ନ କରିବା ପାଇଁ ଗାଁରେ ବ୍ୟାଙ୍କ ସେବା ପ୍ରଦାନ କରାଯାଇଥିବାରୁ ବୃଦ୍ଧ ବୃଦ୍ଧା,ଭିନ୍ନକ୍ଷମ, ଓ ମହିଳା ମାନେଙ୍କ ମୁହଁରେ ଖୁସୀ ଦେଖିବାକୁ ମିଳିଅଛି।

Related posts

ଅସହାୟ, ଗରିବଙ୍କ ପାଖରେ ପହଁଚିଲା କଣିହାଁ ପ୍ରେସ୍ କ୍ଲବ୍

mahabharatanews

ଓଡିଶା ରିଭ୍ୟୁ ଓ ଉକ୍ରଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂସ୍କରଣ ଲୋକାର୍ପିତ

mahabharatanews

ଆଜିଠୁ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

mahabharatanews