ଅପରାଧ

ଗୁଳିମାଡରେ ଯୁବକ ଗୁରୁତର

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ବାଲିକୁଦାର ଅଲାଭର ଗାଁରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ରାତିରେ ଫାୟାରିଂ ହୋଇଥିବା ଜଣାଯାଇଛି । ପୂର୍ବ ଶତ୍ରୁତାରୁ ହୋଇଥିବା ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ଜଂଘରେ ଗୁଳି ବାଜିଥିବା ଜଣାଯାଇଛି । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲିକୁଦା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଗତସିଂପୁର ସଦର ଏସଡିପିଓ କହିଛନ୍ତି ।

Related posts

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

ଅମାନବିକତା: ବୃଦ୍ଧ ବେପାରୀଙ୍କ କଦଳୀ ଫୋପାଡି ଦେଲା ପୋଲିସ କାକୁତି ମିନତୀ ବି ଶୁଣିଲାନି

mahabharatanews

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews