ଅପରାଧ

ଗୁଳିମାଡରେ ଯୁବକ ଗୁରୁତର

(ମହାଭାରତ, ଜଗତସିଂପୁର): ଜଗତସିଂପୁର ଜିଲ୍ଲା ବାଲିକୁଦାର ଅଲାଭର ଗାଁରେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗତକାଲି ରାତିରେ ଫାୟାରିଂ ହୋଇଥିବା ଜଣାଯାଇଛି । ପୂର୍ବ ଶତ୍ରୁତାରୁ ହୋଇଥିବା ଏହି ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ଜଂଘରେ ଗୁଳି ବାଜିଥିବା ଜଣାଯାଇଛି । ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଲିକୁଦା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଗତସିଂପୁର ସଦର ଏସଡିପିଓ କହିଛନ୍ତି ।

Related posts

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

mahabharatanews

ଅସହ୍ୟ ହେଲା ମାନସିକ ନିର୍ଯାତନା,ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର

mahabharatanews

POCSO ଆକ୍ଟରେ ଶିକ୍ଷକ ଗିରଫ

mahabharatanews