(କୋଲକତା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ତୃରମୂଳ କଂଗ୍ରେସ ଏବଂ ପ୍ରତିପକ୍ଷ ବିଜେପି ମଧ୍ୟରେ ବାକ ଯୁଦ୍ଧ ବଢିବାରେ ଲାଗିଛି । ଉଭୟ ଦଳ ପରସ୍ପରକୁ ଘେରିବାର କୌଣସି ସୁଯୋଗ ହାତଛହା କରୁନାହାନ୍ତି । ଗଙ୍ଗସାଗର ଗସ୍ତରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତା ମମତା ବାନାର୍ଜୀ ପୂଜାରୀଙ୍କ ଦ୍ୱାରା ଦିଆଯାଇଥିବା ଗେରୁଆ ୁତରୀୟ ପିନ୍ଧିଥିଲେ । ମମତା ବାନାର୍ଜୀଙ୍କ ଏହି ଗେରୁଆ ରୂପ ଉପରେ ବିଜେପି କଟାକ୍ଷ କରିଛି ।
ବିଜେପି ନେତା ଏବଂ ପଶ୍ଚିମବଙ୍ଗର ଦଳୀୟ ପ୍ରଭାରୀ କୈଳାସ ବିଜୟର୍ଗୀୟ ଟ୍ୱିଟ କରି ମମତାଙ୍କୁ ନିଶଣାଙ୍କୁ ନେଇଛନ୍ତି । ସେ କହିଛନ୍ତି,ଏକଦା ଜୟ ଶ୍ରୀରାମ ନାଁ ଶୁଣିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାରଦ ବଢୁଥିଲା । କିନ୍ତୁ ଆଜି ଗଙ୍ଗାସାଗରରେ କପିଲ ମୁନୀଙ୍କ ମନ୍ଦିରରେ ଗେରୁଆ ଦେହରେ ପକାଇଥିବା ନଜରକୁ ଆସିଛନ୍ତି ଏବଂ ସେଠାରେ ପୂଜା କରିଛନ୍ତି । ଏହା ତାଙ୍କ ମନରେ ଆସିଥିବା ପରିବର୍ତ୍ତନ ନାଁ ନାସ୍ତିକତା?
ଉଲ୍ଲେଖଯୋଗ୍ୟ,ଗତ କିଛି ଦିନ ଧରି ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ ମମତା ବାନାର୍ଜୀ ଏବଂ ବିଜେପି ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଥିଲେ ।