ଓଡିଶା

ଚାରି ବେଆଇନ ଟ୍ରାକ୍ଟର ଜବତ

(ଜଳେଶ୍ବର/ଆଜିତସାହୁ): ବାଲେଶ୍ୱର ଜିଲ୍ଲା ବସ୍ତା, ଭୋଗରାଇ, ଜଳେଶ୍ବର, ବାଲିଆପାଳ ତହସିଲ ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ଭାବେ ବେଧଡକ ବାଲି ଉଠାଣ ସାଙ୍ଗକୁ ଚୋରା ଚାଲାଣ ହେଉଅଛି। ବାରମ୍ବାର ଅଭିଯୋଗ ହେବା ପରେ ଆଜି ବସ୍ତା ତହସିଲଦାର ଓ ସିଂଲା ପୋଲିସ ମିଳିତ ଭାବେ ସିଂଲା ଥାନା ଅଞ୍ଚଳରେ ଚଢ଼ାଉ କରି ଚାରୋଟି ଟ୍ରାକଟର ଜବତ କରିଛନ୍ତି ।

ଦିନରାତି ଟ୍ରାକ୍ଟର ଓ ଡମ୍ପର ଯୋଗେ ଶହ ଶହ ଟ୍ରିପ ବାଲି ମୋଟା ଦରରେ ବିକ୍ରି ହେଉଛି। ଶହଶହ ଭାରିଯାନ ଯାତାୟାତ ଫଳରେ ରାସ୍ତା ଘାଟ ଖରାପ ହେବା ସହିତ, ଅନାବଶ୍ୟକ ଭାବେ ଭିଡ଼ ହେଉଛି । ଗାଡି ଗର୍ଜନରେ ଅଞ୍ଚଳ ବାସୀଙ୍କ ରାତିରର ନିଦ ହଜି ଯାଉଛି । ବାଲି ମାଫିଆମାନେ ମାଲେ ମାଲ ହେଇଥିବା ଵେଳେ ରାଜ୍ୟ ସରକାର କୋଟି କୋଟ ଟଙ୍କାର କ୍ଷତି ସହୁଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଆଜିର ଚଢାଉ ପରେ ବସ୍ତା ତହସିଲଦାର କାର୍ତିକ ଚନ୍ଦ୍ର ଦାସ କହିଛନ୍ତି, ଆଗାମୀ ଦିନରେ ଚଢ଼ାଉକୁ ଅଧିକ ବଳବତ୍ତର କରାଯିବ ।

Related posts

୬ ଖଣ୍ତ ହାତ ତିଆରି ଶାଢୀ କିଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଆବଶ୍ୟକ ପଡିଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ସ୍ଵାସ୍ଥ୍ୟମନ୍ତ୍ରୀ

mahabharatanews

 ଆଗାମୀ ୪ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews