Uncategorized

ଛାତ୍ରଛାତ୍ରୀଙ୍କୁ ହିଂସା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତର ପ୍ରଦେଶର ଅଲୀଗଡ଼ ମୁସଲିମ ବିଶ୍ବିଦ୍ୟାଳୟର ଛାତ୍ରଛାତ୍ରୀ ରବିବାର ହିଂସାକାଣ୍ଡ ଘଟାଇଛନ୍ତି, ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଏ ନେଇ ସୁପ୍ରିମକୋର୍ଟରେ ପୁଲିସ ବିରୋଧରେ ପିଟିଶନ ଦାୟର କରାଯାଇଛି । ଛାତ୍ରଛାତ୍ରୀ ହିଂସା ବନ୍ଦ କଲେ ପୁଲିସ ବିରୋଧରେ ହୋଇଥିବା ମାମଲାକୁ ଗ୍ରହଣ କରିବେ ବୋଲି ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କୁ କହିଛନ୍ତି । ହିଂସା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଛାତ୍ରଛାତ୍ରୀଙ୍କୁ ସୋମବାର ନିର୍ଦେଶ ଦେଇଛନ୍ତି । ହିଂସାବେଳେ ପୁଲିସ ଛାତ୍ରଛାତ୍ରୀଙ୍କୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାବ୍ୟତୀତ କୋର୍ଟ ଛାତ୍ରଛାତ୍ରୀଙ୍କ ଏପରି ହିଂସାତ୍ମକ ଅ ।ନ୍ଦୋଳନକୁ ଭର୍ତ୍ସନା କରିଛନ୍ତି । ଛାତ୍ରଛାତ୍ରୀମାନେ ହିଂସାକାଣ୍ଡ ଘଟାଇବାର କୌଣସି ଅଧିକାର ନାହିଁ । ଛାତ୍ରଛାତ୍ରୀ ହେଲେ ବୋଲି ସେମାନେ ଅ ।ଇନକୁ ହାତକୁ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପଟେ ନାଗରିକତା ଅ ।ଇନ ବିରୋଧରେ କଂଗ୍ରେସ ଏବଂ ପ୍ରଦ୍ୟୁତ ଦେବବର୍ମନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ୨ଟି ମାମଲା ଦାୟର ହୋଇଛି । ଅ ।ସନ୍ତା ୧୮ ତାରିଖରେ ଏହି ମାମଲା ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ ଜାମିଅ ।ମିଲିଅ । ଇସଲାମିଅ । ଏବଂ ଅଲୀଗଡ଼ ମୁସଲିମ ବିଶ୍ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ଅ ।ନ୍ଦୋଳନ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ । ସୁପ୍ରିମକୋର୍ଟ ଏ ସମ୍ପର୍କରେ ଅବଗତ ହେବା ଉଚିତ ବୋଲି ଇନ୍ଦିରା ଜୟସିଂହ ଉଲ୍ଲେଖ କରିବା ସହିତ ଏହା ଦେଶରେ ହେଉଥିବା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ଦିଲ୍ଲୀ ହାଇକୋର୍ଟରେ ବି ଛାତ୍ରଛାତ୍ରୀଙ୍କ ଅ ।ନ୍ଦୋଳନ ନେଇ ମାମଲା ଦାୟର ହୋଇଛନ୍ତି । କିନ୍ତୁ ହାଇକୋର୍ଟ ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଥିଲେ ।

Related posts

ଲୋକପ୍ରିୟ ସିରିଏଲ୍ ‘କସୌଟୀ’ରେ ନୂଆ ଟ୍ୱିଷ୍ଟ, ଅନୁରାଗ ହେବେ ଭିଲେନ୍

mahabharatanews

ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା 

mahabharatanews

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

mahabharatanews

Leave a Comment