Uncategorized

ଜାମିଆରେ ପୁଣି ଫୁଟିଲା ଗୁଳି, ହଟିଲେ ଡିସିପି

(ନୂଆଦିଲ୍ଲୀ): ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟିରେ ପୁଣି ଗୁଳି ଫୁଟିଛି । ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶ୍ୱବିଦ୍ୟାଳୟର ୫ ନମ୍ବର ଫାଟକ ଆଗରେ ରବିବାର ରାତିରେ ଗୁଳି ଫୁଟିବା ଶଦ୍ଦ ଶୁଭିବା ପରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ୭ ନମ୍ବର ଗେଟ୍ ନିକଟରେ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ତେବେ ଏଥିରେ କେହି ଆହତ ହୋଇନଥିବା ବିଶ୍ୱବିଦ୍ୟାଳୟ କୋଅର୍ଡିନେଶନ କମିଟି ସୂଚନା ଦେଇଛି । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଏହି ଅଞ୍ଚଳକୁ ଆସିଥିଲେ । ସେମାନେ ଜାମିଆ ୟୁନିଭର୍ସଟିର ୫ ନମ୍ବର ଗେଟ୍ ଠାରେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । କିନ୍ତୁ କାହା ଦେହରେ ଗୁଳି ବାଜି ନଥିଲା । ଗୁଳିକାଣ୍ଡ ପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା ।

ଅନ୍ୟପଟେ, ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏଭଳି ଘଟଣା ଲଗାତାର ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ଡିସିପିଙ୍କୁ ହଟାଇ ଦେଇଛନ୍ତି । ଦକ୍ଷିଣ-ପୂର୍ବ ଦିଲ୍ଲୀ ଦାୟିତ୍ୱରେ ଥିବା ଡିସିପି ଚିନ୍ମୟ ବିଶ୍ୱାଳଙ୍କୁ ହଟାଇବା ପରେ କୁମାର ଜ୍ଞାନେଶଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାୟୀ ଡିସିପି ନିଯୁକ୍ତି ପାଇଁ ୩ଜଣ ଅଧିକାରୀଙ୍କ ନାଁ ସୁପାରିଶ କରିବାକୁ ଗୃହ ମନ୍ତ୍ରଣାଳୟକୁ କୁହାଯାଇଛି ।

Related posts

ଉପକୂଳବର୍ତ୍ତୀ ଗାଁ ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

mahabharatanews

କୂଅରୁ ଜଣଙ୍କୁ ବଞ୍ଚାଇବାକୁ ଯାଇ ୩ ଜଣଙ୍କ ମୃତ୍ୟୁ

mahabharatanews