Uncategorized

ଜେଏନୟୁ ହିଂସା ପ୍ରମାଣ ସଂରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ

(ନୂଆଦିଲ୍ଲୀ): ଜେଏନୟୁରେ ହୋଇଥିବା ହିଂସା ସମୟର ପ୍ରମାଣଗୁଡିକୁ ସଂରକ୍ଷିତ ରଖିବା ଲାଗି ବିଶ୍ୱବିଦ୍ୟାଳୟର କିଛି ପ୍ରଫେସର ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାନୁଆରୀ ୫ରେ ମୁଖାପିନ୍ଧା ଦୁର୍ବୃତ୍ତମାନେ କରିଥିବା ଆକ୍ରମଣର ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣଗୁଡିକୁ ସଂରକ୍ଷିତ ରଖିବା ପାଇଁ ବିଶ୍ୱବିଦ୍ୟାଳୟର ୩ ଜଣ ପ୍ରଫେସର କୋର୍ଟଙ୍କ ଠାରେ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଏହି ହିଂସାକାଣ୍ଡକୁ ନେଇ ଅଭିଯୋଗ ଦାଖଲ କରିଥିଲା । ତେବେ ଜେଏନୟୁ ହିଂସାକୁ ନେଇ ଏବେ ସମୁଦାୟ ୧୪ଟି ଅଭିଯୋଗ ଦାଖଲ ହୋଇଛି । କ୍ରାଇମ ବ୍ରାଞ୍ଚ ବିଶ୍ୱବିଦ୍ୟାଳୟରେ ହୋଇଥିବା ଆକ୍ରମଣର ତଦନ୍ତ କରିବ । ଏହି ସମୟରେ ହିସାଂକାଣ୍ଡରେ ଗୁରୁତର ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ସହ କଥା ହେବ । ତେବେ ଏଥିପାଇଁ କ୍ରାଇମ ବ୍ରାଞ୍ଚ ଜେଏନୟୁ ପରିସରରେ ପ୍ରବେଶ ପାଇଁ ଥିବା ଏଣ୍ଟ୍ରି ରେଜିଷ୍ଟରର ସହାୟତା ନେଇଛି ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

Related posts

ରଥଯାତ୍ରା : ଆଉ ମାତ୍ର ୨୯ ଦିନ

mahabharatanews

ମହଙ୍ଗା ପଡିଲା ସିଏଏ ବିରୋଧୀ ପ୍ରତିବାଦ

mahabharatanews

ଦେଶରେ ୪୩୪ ମୃତ୍ୟୁକୁ ମିଶାଇ ମୋଟ ସଂଖ୍ୟା ୧୭,୮୩୪ରେ ପହଞ୍ଚିଛି

mahabharatanews

Leave a Comment