ଓଡିଶା

ଜେସିବି ଜାଳିଦେଲେ ନକ୍ସଲ

(ମହାଭାରତ, ମୁନିଗୁଡା): ରାୟଗଡାର ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୩ଟି ଗାଡିକୁ ମାଓବାଦୀମାନେ ଜାଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଶରଧାପୁରରୁ ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଉଛି । ଗତକାଲି ରାତିରେ ୧୫ ଜଣ ମାଓବାଦୀ ଟିକରପଡା ଗାଁ ନିକଟରେ ପହଞ୍ଚିଥିଲେ । ପରେ ସେଠାରେ ଥିବା ଜେସିବି ଓ ଅନ୍ୟ ଗାଡିକୁ ପୋଡି ଦେଇଥିଲେ । ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ଲାଗିଥିବା ବେଳେ ରାସ୍ତାକାମ ବନ୍ଦ ପାଇଁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି ।

Related posts

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

mahabharatanews

ରାଜ୍ୟସ୍ୱାସ୍ଥ୍ୟ ବିଭାଗ କୋଭିଡ ମନିଟରିଂ ଟିମ କେନ୍ଦୁଗୁଡା ଗ୍ରାମ ପରିଦର୍ଶନ ଓ ଅଜଣା ରୋଗର ସ୍ଥିତି ଅନୁଧ୍ୟାନ କଲେ

mahabharatanews

ବନ୍ଦ ରହିବ ନବଯୌବନ ଦର୍ଶର୍ନ, ପରିଚାଳନା କମିଟି ବୈଠକରେ ନିଷ୍ପତି

mahabharatanews

Leave a Comment