ଓଡିଶା

କୁମ୍ଭାର ଉନ୍ନୟନ ପରିଷଦରର ନୂତନ ଜିଲ୍ଲା ସଂପାଦକ ହେଲେ ଭୁବନେଶ୍ୱର ବେହେରା

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ରାଇରଙ୍ଗପୁରରେ ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ଉନ୍ନୟନ ପରିଷଦର ଜିଲ୍ଲା ସଭାପତି ଭୀମ ଚରଣ ରାମ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଳକର କର୍ମକର୍ତ୍ତା, ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ । ଏହି ସଭାରେ ସାଂପ୍ରତିକ ପରିସ୍ଥିତିରେ କୁମ୍ଭାର ସମାଜର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କିଭଳି ଅବହେଳିତ ଓ‌ ନିଷ୍ପେଷିତ ହେଉଛନ୍ତି ସେ ନେଇ ଆଲୋଚନା ହୋଇଥିଲା । ଶେଷରେ ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ବେହେରାଙ୍କୁ ସର୍ବସମ୍ମତିକ୍ରମେ ଜିଲ୍ଲା ସଂପାଦକ ଭାବେ ମନୋନୀତ କରାଯାଇଥିଲା । ତାଙ୍କୁ ସଂଘର କର୍ମକର୍ତ୍ତା ବୃନ୍ଦ‌ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବୈଠକରେ ଇନ୍ଦ୍ର ବେହେରା, ସଂଜୟ ରାମ, ଅମୂଲ୍ୟ କୁମ୍ଭାକାର, ବକ୍ସି ଜଗବନ୍ଧୁ ପାଲ, ସୁକଦେବ ବେହେରା, ସତ୍ୟନାରାୟଣ ପାଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

 

Related posts

ଉତ୍କେଲା ଆଜିଠୁ ବିମାନ ସେବା ଆରମ୍ଭ

mahabharatanews

ପ୍ରବାସୀଙ୍କୁ ଛାଡି ଫେରୁଥିବା ରୋହିତ ବସ ଦୁର୍ଘଟଣାଗ୍ରସ୍ତ

mahabharatanews

ମିଳୁନି ପଶ୍ଚିମବଙ୍ଗର ୩୧ଜଣଙ୍କ ପତ୍ତା

mahabharatanews