Uncategorized

ଟ୍ରାକ୍ଟର ଓଲଟି ୪ ଶ୍ରମିକ ମୃତ

ମହାଭାରତ, ଲକ୍ଷେ୍ନø: ଉତ୍ତର ପ୍ରଦେଶ, ବଦୌନ ଜିଲ୍ଲାର ଏକ ଗ୍ରାମରେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ବଦୌନ ଜିଲ୍ଲାର ଖିତୁରା ଗ୍ରାମ ନିକଟରେ ଗତକାଲି ରାତିରେ ଏକ ଟ୍ରାକ୍ଟରରେ କିଛି ଦିନ ମଜୁରିଆ କାମ ସାରି ଘରକୁ ଫେରୁଥିଲେ । ଖିତୁର।। ଗ୍ରାମ ନିକଟରେ ଟ୍ରାକ୍ଟରଟି ହଠାତ ଓଲଟି ପଡିଥିଲେ । ଫଳରେ ଟ୍ରାକ୍ତରରେ ଥିବା ମଜୁରିଆମାନେ ତଳେ ଖସିପଡିବା ସହ ସେମାନଙ୍କ ଉପରେ ଟ୍ରାକ୍ଟରଟି ପଡିଯାଇଥିଲା । ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ôଚଥିଲା । ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଲୋକଙ୍କୁ ବାହାର କରାଯାଇଥିଲା । ସମସ୍ତେ ଗୁରୁତର ଆହତ ହୋଇଥିବାରୁ ସେମ।।ନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି ।

Related posts

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews

ଆମେରିକାରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ, ୩୭ ହଜାର ଟପିଲା ମୃତ୍ୟୁ

mahabharatanews

ପାହାଡରୁ ପଥର ଖସି ୨ ମୃତ, ଘରରେ ଖେଳୁଛି ଢେଉ

mahabharatanews