(ମହାଭାରତ, କୋଲକାତା): ବେଙ୍ଗଲ ଅଭିନେତା ତଥା ପୂର୍ବତନ ଟିଏମସି ସାଂସଦ ତାପସ ପାଲଙ୍କ ଗତ ମଙ୍ଗଳବାର ହୃତଘାତରେ ମୃତ୍ୟୁ ହୋଇଥିଲା । ଏବେ ତାଙ୍କ ମୃତ୍ୟୁକୁ ତୃଣମୂଳ କଂଗ୍ରେସ ରାଜନୈତିକ ମୋଡ ଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ ଠହରାଇଛନ୍ତି । ମାତ୍ର ୬୧ ବର୍ଷ ବୟସରେ ତାପସଙ୍କର ମୃତ୍ୟୁ ହୋଇଥିଲା । ଏତେ କମ ବୟସରେ ତାଙ୍କର ହୃଦଘାତ ହେବା ପଛରେ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତି ରହିଛି ବୋଲି ମମତା କହିଛନ୍ତି । କେନ୍ଦ୍ର ସକରାରଙ୍କ ଚାପ ଅନେକଙ୍କ ଜୀବନ ନେଇସାରିଲାଣି । କେନ୍ଦ୍ରୀୟ ଏଜେନ୍ସିର ଚାପ ପାଇଁ ୩ ଜଣ ଲୋକ ପ୍ରାଣ ହରାଇ ସାରିଲେଣି । ନିଜର ରାଜନୈତିକ ଆକ୍ରୋଶ ପାଇଁ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଚାପ ସୃଷ୍ଟି କରୁଛନ୍ତି । ଏଥିପାଇଁ ପ୍ରଥମେ ପୂର୍ବତନ ସାଂସଦ ସୁଲତାନ ଅହମ୍ମଦ, ପରେ ସାଂସଦ ପ୍ରସନ୍ନ ବାନାର୍ଜୀଙ୍କ ପତ୍ନୀ ଓ ଏବେ ତାପସ ପାଲ ପ୍ରାଣ ହରାଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ତାପସ ପାଲ ଓ ଅନ୍ୟମାନଙ୍କ ଅପରାଧ କଣ ଥିଲା । କେବଳ ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ରର ତଦନ୍ତକାରୀ ସଂସ୍ଥା ଗୁଡିକ ତାଙ୍କୁ ମାନସିକ ସ୍ତରରେ ହଇରାଣ କରୁଥିଲେ । ତେଣୁ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ତାପସ ପାଲ ରୋଜ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ଫଳରେ ୨୦୧୬ରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ୨୦୧୮ରେ ଜେଲରୁ ମୁକୁଳିବା ପରେ ସେ ନିର୍ବାଚନ ଲଢିବାକୁ ଟିଏମସିକୁ ମନା କରିଥିଲେ ।
previous post