Uncategorized

ଦିଲ୍ଲୀ ଛାଡିବା ପୂର୍ବରୁ ଜାମା ମସଜିଦରେ ଚନ୍ଦ୍ରଶେଖର

(ନୂଆଦିଲ୍ଲୀ): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀର ଜାମା ମସଜିଦ ସାମ୍ନାରେ ଶୁକ୍ରବାର ବିରୋଧ ପ୍ରଦର୍ଶନ କରାଯାଇଛି । ଏଥିରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି । କୋର୍ଟ ତାଙ୍କୁ ଜେଲରୁ ବାହାରିବାର ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଛାଡିବାକୁ ସର୍ତ୍ତ ରଖିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଜାମା ମସଜିଦରେ ଅନୁଷ୍ଠିତ ପ୍ରାର୍ଥନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କ ସହ ଆଜାଦ ସାମିଲ ହୋଇ ସମ୍ବିଧାନର ମୁଖବନ୍ଧ ପଢିବା ସହ ସମ୍ବିଧାନ, ବାବା ସାହେବ ଆମ୍ବେଦକର ଅମର ରହେ ନାରା ଦେଇଥିଲେ । ତେବେ ସେ ଆସନ୍ତା ଫେବୃୟାରୀ ୧୬ ତାରିଖ ପର୍ଯ୍ୟନ୍ତ କୋଣସି ବିକ୍ଷୋଭରେ ସାମିଲ ହେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଲରୁ ମୁକୁଳିବାର ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ଦଲ୍ଲୀ ଛାଡିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ସୂଚନାଯୋଗ୍ୟ, ସିଏଏ ବିରୋଧରେ ବିକ୍ଷୋଭ କରିବା ସମୟରେ ଚନ୍ଦ୍ରଶେଖରଙ୍କୁ ଗିରଫ କରି ତିହାର ଜେଲ ପଠାଇ ଦିଆଯାଇଥିଲା । ଦିଲ୍ଲୀର ଏକ କୋର୍ଟ ବୁଧବାର ତାଙଯକୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଜେଲରୁ ମୁକୁଳିବାର ୨୪ ଘଣ୍ଟା ଭିତରେ ଦିଲ୍ଲୀ ଛାଡିବା ସହ ୪ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ନ ଆସିବାକୁ କୋର୍ଟ ସର୍ତ୍ତ ରଖିଥିଲେ ।

Related posts

ବର୍ଷର ପ୍ରଥମ ଦିନରେ ୩,୯୨,୦୭୮ ଶିଶୁ ଜନ୍ମ

mahabharatanews

ଲକଡାଉନ ପରେ ଜନସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ ଡବ୍ଲୁଏଚଓର ପରାମର୍ଶ

mahabharatanews

ଗତ ୨୪ ଘଣ୍ଟାରେ ୯୨,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୬ ମୃତ

mahabharatanews

Leave a Comment