Uncategorized

ଦିଲ୍ଲୀ ନିର୍ବାଚନୀ: ଶାହାଙ୍କ ସହ ନିତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରଚାର ଆରମ୍ଭ କରିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଜେପିର ପୂର୍ବତନ ଅଧ୍ୟକ୍ଷ ଓ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହାଙ୍କ ସହ ପ୍ରଚାର କରିବା ନେଇ ସୂଚନା ରହିଛି । ଜେଡିୟୁ ଓ ବିଜେପି ମଧ୍ୟରେ ସାଧାରଣ ନିର୍ବାଚନ ପରେ କେନ୍ଦ୍ର ମନ୍ତ୍ରୀପଦକୁ ନେଇ ସୃଷ୍ଟି ହୋଇଥିବା ମତାନ୍ତର ରହିଥିବା ବେଳେ ଉଭୟ ନୀତିଶ ଓ ଶାହା ଦିଲ୍ଲୀର ବୁରାଡି ଅଞ୍ଚଳରେ ଫେବୃଆରୀ ୨ରେ ମିଳିତ ରାଲି କରିବେ ।

ଏହା ବ୍ୟତୀତ ସଂଗମ ବିହାରରେ ବିଜେପି ଓ ନିତିଶ କୁମାର ସେହି ଦିନ ୪ଟାରେ ଜନସଭା କରିବାକୁ ପ୍ରସ୍ତୁତି ଚାଲିଛି । ଦିଲ୍ଲୀ ଭୋଟରଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ନିତୀଶ କୁମାର ନିର୍ବାଚନ ମଇଦାନରେ ଅମିତ ଶାହାଙ୍କ ସହ ପ୍ରଚାର କରୁଥିବା କୁହାଯାଉଛି । ଜେଡିୟୁ ସଂଗମ ବିହାର ଆସନରୁ କ୍ୟାନ୍ସର ବିଶେଷଜ୍ଞ ଓ ପୂର୍ବତନ ବିଧାୟକ ଡା ଏସସିଏଲ ଗୁପ୍ତାଙ୍କୁ ଠିଆ କରିଥିବା ବେଳେ ବୁରାଡିରୁ ଶୈଳେନ୍ଦ୍ର କୁମାର ଠିଆ ହୋଇଛନ୍ତି । ଗୋଟିଏ ପଟେ ବିହାର ରାଜନୀତିର ରଣନୀତିକାର ପ୍ରଶାନ୍ତ କିଶୋର ଦିଲ୍ଲୀ ନିର୍ବାଚନରେ ଆପ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଜେଡିୟୁର କିଛି ନେତା ସିଏଏକି ବିରୋଧ କରୁଥିବା ବେଳେ ନିତୀଶ କୁମାର ସିଏଏକୁ ସମର୍ଥନ କରୁଛନ୍ତି । ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଖୋଲାଖୋଲି ସିଏଏ ବିରୋଧରେ ଓ ନିତୀଶଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ମଙ୍ଗଳବାର ପ୍ରଶାନ୍ତଙ୍କ ବିରୋଧରେ ନୀତିଶଙ୍କ ବୟାନ ପରେ ପ୍ରଶାନ୍ତ ଏପରି କରୁଥିବା କୁହାଯାଉଛି । ମଙ୍ଗଳବାର ଦିନ ନିତୀଶ କହିଥିଲେ କି ପ୍ରଶାନ୍ତଙ୍କୁ ଶ।।ହାଙ୍କ କହିବାରୁ ଜେଡିୟୁରେ ସାମିଲ କରିଥିଲେ ।

Related posts

ଛାନାପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ଜଣେ ଯବାନ ଆହତ

mahabharatanews

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

ଘର ପାଇଁ ବାସ୍ତୁ କାହିଁକି ଜରୁରୀ

mahabharatanews

Leave a Comment