ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୫ ଜଣଙ୍କର ମୃତ୍ୟୁ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରିବାକୁ ବିରୋଧୀ ଦାବି କରିଛନ୍ତି । ରାଜଧାନୀରେ ସମ୍ପ୍ରାଦାୟିକ ଦଙ୍ଗାକୁ ନେଇ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ବନ କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।
ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ କହିଛନ୍ତି, “ରାଷ୍ଟ୍ରପତି ମହୋଦୟ, ଆଇନର ସୁରକ୍ଷା ଆପଣଙ୍କ ହାତରେ । ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ କୁହାଯିବା ଉଚିତ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦିଲ୍ଲୀ ହିଂସାକୁ ନିନ୍ଦା ଏହା ଜାତୀୟ ଲଜ୍ଜା ବୋଲି କହିଛନ୍ତି । ଦିଲ୍ଲୀରେ ନାଗରିକତା ସଂଶୋଧନକୁ ନେଇ ହୋଇଥିବା ହିଂସା ଘଟଣାରେ କଂଗ୍ରେସ ମୋଦି ସରକାର ଉପରେ ବର୍ଷିଛି । ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ । ଏହି ପ୍ରତିନିଧି ମଣ୍ଡଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅହମ୍ମଦ ପଟେଲ, ଗୁଲାମ ନବୀ ଆଜାଦ୍, ପି. ଚିଦାମ୍ବରମ, ଏକେ ଆଣ୍ଟୋନୀ, ଆନନ୍ଦ ଶର୍ମା, ମଲ୍ଲିକାର୍ଜୁନ ଖାଡ଼ଗେ, ରଣଦୀପ ସୁରଜେୱାଲା ପ୍ରମୁଖ ଥିଲେ । ଏହା ପୂର୍ବରୁ ବୁଧବାର ସୋନିଆ ଗାନ୍ଧୀ ଗୃହ ମନ୍ତ୍ରୀ ଦିଲ୍ଲୀ ହିଂସା ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରି ନିଜ ପଦରୁ ଇସ୍ତଫା ଦେବା ଦରକାର ।