(ମହାଭାରତ): ଧଳା ଜୋତା କିଣିବା ସମୟରେ ସାଧାରଣତଃ ସମସ୍ତେ ଟିକେ ଦ୍ୱନ୍ଦ୍ୱରେ ରହନ୍ତି । ଶୀଘ୍ର ମଇଳା ହୋଇଯାଉଥିବାରୁ ଓ ଦାଗ ଲାଗି ଯାଉଥିବାରୁ ଅଧିକାଂଶ ଲୋକେ ଇଚ୍ଛା ଥିଲେ ବି ଏହାକୁ କିଣିବା ପାଇଁ ପସନ୍ଦ କରିନଥାନ୍ତି । ଅନ୍ୟପକ୍ଷରେ ସ୍କୁଲଗୁଡିକରେ ବିଶେଷ ଭାବେ ଧଳା ଜୋତା ଉପରେ ଗୁରୁତ୍ୱ ଦିଆଯାଏ । ତେବେ ଛୋଟ ପିଲା ଏହାକୁ ଶୀଘ୍ର ମଇଳା କରି ଦେଇଥାନ୍ତି । ହେଲେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହାକୁ ବେଶ ସହଜରେ ସଫା କରି ହେବ । ତା’ହେଲେ ଆସନ୍ତୁ ଜାଣିବା ସେସବୁ ସହଜ ଉପାୟଗୁଡିକ ସମ୍ପର୍କରେ…..
୧- ଗୋଟିଏ ପାତ୍ରରେ ଗରମ ପାଣି ନେଇ ସେଥିରେ ବେକିଂ ସୋଡା ଓ ହ୍ୱାଇଟ୍ ଭିନେଗାର ପକାନ୍ତୁ । ଏହାକୁ ଭଲ ଭାବେ ମିଶାନ୍ତୁ । ଏହାପରେ ଜୋତାକୁ ସେଥିରେ ଭିଜାନ୍ତୁ । କିଛି ସମୟ ପରେ ଜୋତାରୁ ଲେସଗୁଡିକୁ ବାହାର କରିନିଅନ୍ତୁ ଓ ତା’ପରେ ବ୍ରଶରେ ଧୀରେ ଧୀରେ ଜୋତାକୁ ସଫା କରନ୍ତୁ । ଦେଖିବେ ଜୋତା ପୂର୍ବ ପରି ସଫା ହୋଇଯିବ ।
୨- ଆପଣ ବ୍ୟବହାର କରୁଥିବା ସ୍କ୍ରବ କିମ୍ବା ପେଷ୍ଟରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ ।
୩- ବେବି ପାଉଡରରେ ମଧ୍ୟ ଏହାକୁ ସଫା କରିପାରିବେ ।
୪- ଫେସିଆଲ ସମୟରେ ବ୍ୟବହୃତ ହେଉଥିବା କଣ୍ଟେନର ଓ ବ୍ଲିଚରେ ମଧ୍ୟ ଧଳା ଜୋତାକୁ ସଫା କରିପାରିବେ । କିନ୍ତୁ ଅନେକ ସମୟରେ ବ୍ଲିଚର ବ୍ୟବହାର ଯୋଗୁ ଧଳା ଜୋତା ହଳଦିଆ ହୋଇଯିବାର ଦେଖାଯାଏ ।