ରାୟଗଡା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରକୃତ ·ଷୀଙ୍କ ଧାନ କିଣା ଯାଉନଥିବା ଓ ଟୋକେନ ମିଳୁନଥିବା ଅଭିଯୋଗରେ କାଳୀସୁନ୍ଦରୀ ମନ୍ଦିର ଛକଠାରେ ରାସ୍ତା ରୋକ କରିଛନ୍ତି ·ଷୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ।ଏଠାର ଶତାଧିକ ·ଷୀଙ୍କ ଧାନ କିଣା ଯାଉନଥିବା ଓ ମାସ ମାସ ଧରି ଟୋକେନ ଆସୁନଥିବାକୁ ନେଇ ·ଷୀ ମାନେ ରାସ୍ତାରୋକ କରିଛନ୍ତି । ଡିସେମ୍ବର ରେ ଟୋକେନ୍ ପାଇଁ ଅ ।ବେଦନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଟୋକେନ ଆସୁନଥିବା ଅଭିଯୋଗ କରିଛନ୍ତି ·ଷୀ । ମାଣ୍ଡି ରେ ଏକାଧିକ ଦଲାଲ ଟୋକେନ କରି ମଣ୍ଡିରେ ଧାନ କିଣୁଥିବା ବେଳେ ପ୍ରକୁତ ·ଷୀଙ୍କ ଧାନ କିଣା ଯାଉନଥିବା ଅଭିଯୋଗ କରୁଛନ୍ତି ·ଷୀ । ଅନେକ ·ଷୀ ଖଳାରେ ଶୀତ କାକରରେ ମାସମାସ ଧରି ଅପେକ୍ଷା କରି ବାଧ୍ୟ ହୋଇ ୧୩ଶହ, ୧୪ଶହ ଟଙ୍କା ରେ ଧାନବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରାସ୍ତା ରୋକ କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ଆଲୋଚନା କରି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ହେବା ସହ ଗାଡି ଚଳାଚଳ ହୋଇପାରିଥିଲା ।