ଓଡିଶା

ନିମାପଡା: ତହସିଲ ପକ୍ଷରୁ ସହାୟତା ରାଶି ଫେରାଇବାକୁ ନୋଟିସ, ହିତାଧିକାରୀ ଛାନିଆ

ଗୋପ: ବାତ୍ୟା ଫନି ପାଇଁ ପାଇଥିବା ସହୟତା ଟଙ୍କା ଫେରାଅ, ନ ହେଲେ ବନ୍ଧା ହୋଇ ଜେଲ ଯିବାକୁ ପଡିବ, ଏଭଳି ଚରମବାଣୀ ଶୁଣାଇବା ସହିତ ଟଙ୍କା ଫେରସ୍ତ ପାଇଁ ବାତ୍ୟା ବିପନ୍ନଙ୍କୁ ନୋଟିସ ଜାରି କଲାଣି ନିମାପଡା ତହସିଲ ପ୍ରଶାସନ । ନିମାପଡା ବ୍ଲକର ଶତାଧିକ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା ପାଇଁ ନୋଟିସ ଜାରି ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଫୈାଜଦାରୀ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୋଟିସ ରେ ଉଲ୍ଲେଖ ରହିଛି । ପ୍ରଶାସନର ଏଭଳି ନୋଟିସ ପାଇ ବାତ୍ୟା ବିପନ୍ନ ଛାନିଆ ହୋଇଯାଇଛନ୍ତି । ଅପରପଟେ ବ୍ଲକର କୈାଣସି ହିତାଧିକାରୀଙ୍କୁ ନୋଟିସ ଜାରି କରାଯାଇନାହିଁ କି ନିମାପଡାରେ କୈାଣସି ଅଯୋଗ୍ୟ ବ୍ୟକ୍ତି ଏହି ସହାୟତା ରାଶି ହାତେଇ ନାହାଁନ୍ତି ବୋଲି କହିଛନ୍ତି ନିମାପଡା ତହସିଲଦାର ।

ଦୁଇ ଦିନ ମଧ୍ୟରେ ପାଇଥିବା ଅର୍ଥ ଫେରାଅ, ନଚେତ ତୁମ୍ଭ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ , ଏଭଳି ନୋଟିସ ପାଇବା ପରେ ଛାନିଅ । ହୋଇପଡିଛନ୍ତି ବାତ୍ୟା ବିପନ୍ନ । ନିମାପଡା ତହସିଲ ଅଧୀନସ୍ଥ ବିଭିନ୍ନ ପଚଂୟୟତର ଶତାଧିକ ବ୍ୟକ୍ତିଙ୍କୁ ତହସିଲ ପକ୍ଷରୁ ଜାରି ହୋଇଛି ଏଭଳି ନୋଟିସ । କେବଳ ନୋଟିସ ଜାରି ହୋଇ ନାହିଁ ଟଙ୍କା ଫେରାଇବା ପାଇଁ ପୋଲିସ ଥାନା କୁ ଡକାଇ ଘଣ୍ଟା ଘଣ୍ଟା ଧରି ବସାଇ ରଖିବା ସହ ଟଙ୍କା ଫେରାଇବାକୁ ବ।।ଧୃ କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବାତ୍ୟା ବିପନ୍ନ । ନୋଟିସରୁ ତହସିଲ ପକ୍ଷରୁ ନୋଟିସ ଜାରି କରିଥିବାର ପ୍ରମାଣ ମିଳିଛି । ପତ୍ର ସଂଖ୍ୟା ୫୬୬୦ , ନଭେମ୍ର ୦୮ ତାରିଖରେ ନିମାପଡା ବ୍ଲକ ଛଣିଜଙ୍ଗ ପଂ·ୟତ ବାଲୁଙ୍କ ଗ୍ରାମର ଦିବାକର ସ୍ୱାଇଁ , ପିତା- ସୁଦର୍ଶନ ସ୍ୱାଇଁ ଙ୍କୁ ନୋଟିସ ଜାରି କରାଯାଇ ଟଙ୍କା ଫେରାଇବା ପାଇଁ ୨ ଦିନ ମହଲତ ଦିଆଯାଇଛି । ଟଙ୍କା ଫେରସ୍ତ ନ କଲେ ଫୌଜଦାରୀ ମାମଲା ରୁଜୁ କରାଯିବା ସହିତ ହିତାଧିକାରୀଙ୍କୁ ଗିରଫ କରାଯିବ ବୋଲି ଉଲ୍ଲେଖ ଅଛି । ଠିକ୍ ସେହିପରି ଉକ୍ତ ଗ୍ରାମର ଦୁବ ସ୍ୱାଇଁ ଙ୍କୁ ପତ୍ର ସଂଖ୍ୟା ୫୬୬୪ ,ନଭେମ୍ର ୮ ତାରିଖରେ ନୋଟିସ କରାଯାଇ ଫନି ସହାୟତା ରାଶି ଫେରାଇ ଦେବା ପାଇଁ କୁହାଯାଇଛି । ବେଆଇନ ବାବଦରେ ଏହି ସହୟତା ରାଶି ହାତେଇଥିବାର ଉଲ୍ଲେଖ ରହିଛି ଏହି ଚିଠିରେ । ମାତ୍ର ଫନି ରେ ଉକ୍ତ ବ୍ୟକ୍ତିଙ୍କର ·ଳଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ସରକାରଙ୍କ ଠାରୁ ମିଳିଥିବା ପଲିଥିନରେ ବସବାସ କରୁଥିବା ଦେଖିବାକୁ ମିଳିଛି । ସେପଟେ କିଭଳି ଭାବରେ ଆମ୍ଭେ ବେଆଇନ ଭାବରେ ଅର୍ଥ ହାତେଇଛୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବାତ୍ୟା ବିପନ୍ନ । ୪/୫ ଥର ସରକାରୀ ବାବୁ ତଦନ୍ତ କରି ଆମକୁ ସହାୟତା ରାଶି ପ୍ରଦାନ କରିଥିବା ବେଳେ କିଭଳି ଆମେ ଅଯୋଗ୍ୟ ହେଲୁ ବୋଲି ପ୍ରଶ୍ନ କରି ସରକାର ଏହା ଉପରେ ଦୁଷ୍ଟି ଦେବାକୁ ଦାବି କରିଛନ୍ତି ।

Related posts

୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର କିନ୍ତୁ ଚାକିରି ଦେଇଛନ୍ତି ୧ ଲକ୍ଷ 5 ହଜାର ୪୪୪ ପିଲାଙ୍କୁ

mahabharatanews

ଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନା

mahabharatanews

ସାଧାରଣ ଲୋକଙ୍କୁ ଆଶ୍ୱସ୍ତି, କମିଲା ପେଟ୍ରୋଲ ଡିଜେଲ ଦର

mahabharatanews

Leave a Comment