Uncategorized

ପରାଜୟ ସ୍ୱୀକାର କରି କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ କପିଲ ମିଶ୍ରା

(ନୂଆଦିଲ୍ଲୀ): ମଙ୍ଗଳବାର ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇବା ପୂର୍ବରୁ ଭୋଟ ଗଣତି ଚାଲିଥିବା ବେଳେ ଫଳାଫଳକୁ ଅନୁମାନ କରି ବିଜେପି ପ୍ରାର୍ଥୀ କପିଲ ମିଶ୍ରା ନିିଜର ପରାଜୟ ସ୍ୱୀକାର କରିଥିଲେ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିପୁଳ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଦିଲ୍ଲୀର ମଡେଲ ଟାଉନ ଆସନରୁ ବିଜେପି ଟିକଟରେ ନିର୍ବାଚନ ଲଢୁଥିବା କପିଲ ଚଳିତଥର ବିଜୟୀ ହେବା ପାଇଁ ଆଶାବାଦୀ ଥିଲେ । କିନ୍ତୁ ମଧ୍ୟାହ୍ନ ସୁଦ୍ଧା ଜନ ସମର୍ଥନ ଆପ୍ ସପକ୍ଷରେ ଯାଉଥିବା ଦେଖି ସେ ନିଜେ ପରାଜୟ ସ୍ୱୀକାର କରିନେଇଥିଲେ । ଏହାକୁ ନେଇ ବିଜେପି ୫ ରାଜ୍ୟରେ ପରାଜୟର ସମ୍ମୁଖୀନ ହୋଇଛି । କେଉଁଠି ନା କେଉଁଠି ଦିଲ୍ଲୀବାସୀଙ୍କ ନିକଟରେ ବିଜେପି ପହଞ୍ଚିବାରେ ସକ୍ଷମ ହୋଇ ନ ଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ପରାଜୟ ସ୍ୱୀକାର କରି ସେ କହିଛନ୍ତି । ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ସକାଳୁ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ସୁଦ୍ଧାର ଏହାର ଫଳାଫଳ ପୁଣି ଥରେ କେଜ୍ରିୱାଲ ସରକାରଙ୍କ ସପକ୍ଷରେ ଯିବ ବୋଲି ସ୍ପଷ୍ଟ ଅନୁମାନ ହୋଇଥିଲା ।

Related posts

ସିଏଏ, ଏନପିଆରକୁ ନେଇ ଶିବସେନା-ଏନସିପି ଏକାଠି

mahabharatanews

ୟୁଗାଣ୍ଡାରେ ପ୍ରବଳ ବର୍ଷା, ମାଟି ଅତଡା ଖସି ୮ ମୃତ

mahabharatanews

ଡିପ୍ରେସନରେ ଅରମାନ,ଡିଲିଟ୍ କଲେ ଇନଷ୍ଟାଗ୍ରାମ ପୋଷ୍ଟ

mahabharatanews

Leave a Comment