Uncategorized

ପର୍ଣ୍ଣୋଗ୍ରାଫୀ ଉପରେ ନିୟନ୍ତ୍ରଣ ପାଇଁ ସଂଗଠିତ ହେବାକୁ ହେବ: ରବି ଶଙ୍କର

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର କହିଛନ୍ତି, ପର୍ଣ୍ଣୋଗ୍ରାଫୀ ଏକ ବିପଦ ଓ କେନ୍ଦ୍ର ତଥା ରାଜ୍ୟ ସରକାର ରାଜ୍ୟ ପୁଲିସ ସହିତ ମିଳିତ ଭାବେ ଏହା ଉପରେ ନିୟନ୍ତ୍ରଣ ପାଇବାକୁ କାର୍ଯ୍ୟ କରୁଛନ୍ତି । ଲୋକସଭାରେ ପଶ୍ଚିମ ବଙ୍ଗର ଏଆଇଟିସି ନେତା କଲ୍ୟାଣ ବାନାର୍ଜି କେନ୍ଦ୍ରକୁ ପ୍ରଶ୍ନ କରିଥିଲେ, କେନ୍ଦ୍ର ସରକାର ଦ୍ୱାରା ଏପରି କୌଣସି ଯନ୍ତ୍ରାଂଶ ପାଇଛନ୍ତି, ଯେଉଁଥିରେ କୌଣସି ମିଛ ଖବର ପ୍ରକାଶ ପାଇଲେ, ପ୍ରସାର ହେଲେ ବା ଶିଶୁ ପର୍ଣ୍ଣୋଗ୍ରାଫୀ ଘୁରିବୁଲୁଛି ତାକୁ ଚିହ୍ନଟ କରି ପାରିବ । ଯଦି ସେପରି ହୋଇଛି, ତେବେ କେତୋଟି କେଶ ଚିହ୍ନଟ ହେଲାଣି ଓ ଏଥିରେ କେତେ ଜଣଙ୍କୁ ଦଣ୍ଡବିଧାନ ହେଲାଣି?
ଏହି ପ୍ରଶ୍ନର ଉତ୍ତର ଦେବ।।କୁ ଯ।।ଇ ପ୍ରସାଦ କହିଥିଲେ, ପର୍ଣ୍ଣୋଗ୍ରାଫୀ ଉପରେ ନିୟନ୍ତ୍ରଣ ପାଇବାକୁ ପଦକ୍ଷେପ ନିଆଯାଉଛି ଓ ସାରା ଦେଶ ଏହି ବିପତ୍ତିକୁ ବୁଝିବା ଆବଶ୍ୟକ । ମୁଖ୍ୟତଃ ଶିଶୁ ପର୍ଣ୍ଣୋଗ୍ରାଫୀ ଓ ସୋସିଆଲ ମିଡିଆକୁ ଏହାର ପ୍ରଚାର ପାଇଁ ବ୍ୟବହାର ଉପରେ ଅନେକ ପଦକ୍ଷେପ ନିଆଯାଇଛି । ପୂରା ଦେଶ ଏହି ବପତ୍ତାକୁ ବୁଝିଅବାର ଆବଶ୍ୟକତା ରହିଛି । କେବଳ ଏତିକି ନୁହେଁ, ରିଭେଞ୍ଜ ପର୍ଣ୍ଣ ମଧ୍ୟ ଦେଶରେ ବଢିଲାଣି । ଏହି କ୍ଷେତ୍ରରେ ସମାଜ, ଦେଶ, ରାଜନେତା ଓ ସଂସଦକୁ ଏକତ୍ର ହୋଇ କାମ କରିବାକୁ ହେବ ବୋଲି ରବି ଶଙ୍କର କହିଛନ୍ତି ।

Related posts

ଡବ୍ଲୁଏଚଓ କହିଲା, କରୋନା ଆମ ସହ ରହିଥିବ

mahabharatanews

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews

ପଞ୍ଜାବ ସରକାରୀ କର୍ମଚାରୀଙ୍କ ଅବସର ବୟସସୀମା କମିଲା

mahabharatanews