Uncategorized

ପୁଣି ସମ୍ପ୍ରସାରିତ ହେବ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ

(ମହାଭାରତ, ବେଙ୍ଗାଲୁରୁ): କିଛିଦିନ ତଳେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଥିଲା । ଏଥିରେ ୧୦ ଜଣ ବିଧାୟକ ସାମିଲ ହୋଇଥିଲେ । ତେବେ କିଛି ବିଜେପି ବିଧାୟକ ମନ୍ତ୍ରି ପଦ ପାଇବାରୁ ବଞ୍ଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ପୁଣି ଥରେ ମନ୍ତ୍ରିମଣ୍ଡଳ ସମ୍ପସାରଣ କରିପାରନ୍ତି ବୋଲି ସୂଚନା ମିଳିଛି । ବିଜେପି ବିଧାୟକ ଉମେଶ କାଟ୍ଟି, ସିପି ଯୋଗେଶ୍ୱର, ରାଜୁ ଗୌଡା ଏବଂ ଏମପି ରେଣୁକାଚାର୍ଯ୍ୟା ବର୍ତ୍ତମାନ ହୋଇଥିବା ମନ୍ତ୍ରିମଣ୍ଡଳ ସମ୍ପସାରଣକୁ ନେଇ ଖୁସି ନଥିବା ଜଣାଯାଇଛି । ପୂର୍ବରୁ କଂଗ୍ରେସ ଓ ଜେଡିଏସର ୧୪ ବିଧାୟକ ନିଜ ନିଜ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଗତବର୍ଷ ଡିସେମ୍ବର ୫ରେ ରାଜ୍ୟର ୧୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ୧୨ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସକୁ ଗୋଟିଏ ଓ ସ୍ୱାଧୀନ ଭାବେ ଜଣେ ବିଧାୟକ ବିଜୟୀ ହୋଇଥିଲେ । ଗତ ଫେବୃଆରୀ ୬ ତାରିଖରେ ଏହି ବିଧାୟକମାନେ ଶପଥ ଗ୍ରହଣ କରିଥିଲେ । ତେବେ କିଛି ବିଜେପି ବିଧାୟକଙ୍କୁ ମନ ମୁତାବକ ମନ୍ତ୍ରି ପଦ ମିଳି ନଥିବାରୁ ସେମାନେ ଅସନ୍ତୁଷ୍ଟ ଥିବା ଆଶଙ୍କା କରାଯାଇଛି । ଯାହାକୁ ନେଇ ୟେଦୁରପ୍ପା ପୁଣି ଥରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

Related posts

ନେପାଳରେ ବୋମା ବିସ୍ଫୋରଣ

mahabharatanews

ପୂର୍ବତନ ସ୍ଥଳସେନା କମାଣ୍ଡର ହୁନଙ୍କ ବିୟୋଗରେ ମୋଦିଙ୍କ ଶୋକ

mahabharatanews

ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଶୁଣାଣି ଆରମ୍ଭ

mahabharatanews

Leave a Comment