ଓଡିଶା

ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ

(ମହାଭାରତ, ପୁରୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସେ ପେଟ୍ରୋଲ ପମ୍ପରେ ନିଜ କର୍ମଚାରୀଙ୍କ ସହ ବସି ଟଙ୍କା ହିସାବ କରୁଥିଲେ । ଏହି ସମୟରେ ତିନି ଜଣ ଯୁବକ ବାଇକରେ ସେଠାରେ ପହଞ୍ଚି ତାଙ୍କ ଠାରୁ ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଉକ୍ତ ପେଟ୍ରୋଲ ପମ୍ପ ମାଲିକ ଓ ସେଠାରେ ଉପସ୍ଥିତ କର୍ମଚାରୀ ଏହାର ବିରୋଧ କରିଥିଲେ । ଏହାପରେ ଦୁର୍ବୃତ୍ତମାନେ ମାଲିକଙ୍କ ଉପରକୁ ଗୁଳି ଚଳାଇ ସେଠାରୁ ଚମ୍ପଟ ହୋଇଯାଇଥିଲେ । ତେବେ ଗୁଳିଟି ପେଟ୍ରୋଲ ପମ୍ପ ମାଲିକଙ୍କ ପେଟରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ରାଜ୍ୟରେ କରୋନା ସଂକ୍ରମଣ କମିଛି : ୧୯୪ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ

mahabharatanews

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

mahabharatanews

ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟାଗଲା ନକଲି ଅଣ୍ଡା ! ଫଟାଇବାରୁ ପାଣି ଭଳି ଭାସିଲା, ସିଝିବା ପରେ ରବର ଭଳି ଲାଗିଲା… ଓଡିଶା

mahabharatanews