ଓଡିଶା

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ: ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ଚଷାନିମଖଣ୍ଡି କ୍ଲଷ୍ଟରରେ ରହିଥିବା ମେଘଝୋଳି ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରି·ଳନା କମିଟି ଅଧ୍ୟକ୍ଷ ଜୟରାମ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ, ପ୍ରାକ୍ତନ ସିଅ ।ରସିସି ସୁଧାଂଶୁ ଶେଖର ପଣ୍ଡା, ନରସିଂହ ପଣ୍ଡା, ଚଷାନିମଖଣ୍ଡି କ୍ଲଷ୍ଟର ସିଅ ।ରସିସି ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଶିକ୍ଷକ ନରେନ୍ଦ୍ର ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଗତ ୪୦ ବର୍ଷ ଧରି ଶିକ୍ଷକତା କାର୍ଯ୍ୟରେ ମଗ୍ନ ରହିଥିବା ଶିକ୍ଷକ ରାଧାଶ୍ୟାମ ବେହେରା ଜମେ ଆଦର୍ଶ ଶିକ୍ଷକ ଭାବେ ନିଷ୍ଠାପର ସେବା ଯୋଗାଇ ଆସୁଥିବା ବେଳେ ୨୦୦୮ ମସିହାରେ ମେଘଝୋଳି ସ୍ଥିତ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇ ଆସିଥିଲେ । ତାଙ୍କ ଅବସରକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହର ଅ ।ୟୋଜନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମନୋରଞ୍ଜନ ସେଠୀ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନରେନ୍ଦ୍ର ପାତ୍ର,ନିରଞ୍ଜନ ବିଷୋୟୀ, ନକୁଳ ଜେନା ପ୍ରମୁଖ ପରି·ଳନା କରିଥିଲେ ।

Related posts

ମହୁ ମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଆହତ

mahabharatanews

ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ

mahabharatanews

 ଆଗାମୀ ୪ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା, ଓ୍ଵାର୍ଣ୍ଣିଂ ଜାରି

mahabharatanews