Uncategorized

ଫଡନବିସଙ୍କୁ ସୁପ୍ରିମକୋର୍ଟର ଝଟକା

(ନୂଆଦିଲ୍ଲୀ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ମଙ୍ଗଳବାର ଖାରଜ ହୋଇଛି । ୨୦୧୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ଫଡନବିସ ତାଙ୍କ ବିରୋଧରେ ୨ଟି ଅପରାଧିକ ମାମଲାର ସମ୍ପର୍କରେ ଉଲ୍ଲେଖ କରିନଥିଲେ । ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା । ଏବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଫଡନବିସ ଜାଣିଶୁଣି ଏଭଳି କରିଥିବା ସୁପ୍ରିମକୋର୍ଟ କହିଛନ୍ତି । ଏଣିକି ନାଗପୁର ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ୨୦୧୪ ମସିହା ନିିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ନାଁରେ ଥିବା ଅପରାଧିକ ମାମଲାଗୁଡିକୁ ଲୁଚାଇଥିବା ଅଭିଯୋଗ ହୋଇଥିଲା । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ସତୀଶ ଉଇକେଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । କିିନ୍ତୁ ଫଡନବିସ ପୁଣି ଥରେ ମାମଲାର ପୁନର୍ବିଚାର କରିବାକୁ ଫେବୃଆରୀରେ ଆବେଦନ କରିଥିଲେ । ଏହାକୁ କୋର୍ଟ ଖାରଜ କରିଛନ୍ତି ।

Related posts

ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କରୋନା ସଂକ୍ରମିତ

mahabharatanews

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

mahabharatanews

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଲିରେ ଫସିଲା ଆମ୍ବୁଲାନ୍ସ, ରୋଗୀ ମୃତ

mahabharatanews