Uncategorized

ଫତେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ

କାନପୁର: କାନପୁରର ହଲଟ ହସ୍ପିଟାଲରେ ଚିକିତ୍ସିତ ଥିବା ଫତେପୁରର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ସଙ୍କଟାପନ୍ନ ସ୍ଥିତିରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ହଲଟର ସର୍ଜନ ଡ.ଅନୁରାଗ ସିଂହ କହିଥିଲେ ଯେ, ପୀଡିତାଙ୍କ ହୃତପିଣ୍ଡ ଓ ଫୁସଫୁସ ଦୁର୍ବଳ ହୋଇଯାଇଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛ ।

ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ଉତ୍ତରପ୍ରଦେଶର ଫତେପୁରରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିଲେ । ଏହି ବିଷୟରେ ପରବାର ଲୋକଙ୍କୁ ଜଣାଇଦେବେ ବୋଲି ପୀଡିତା ଧକମ ଦେବାରୁ ଅଭିଯୁକ୍ତ ତାଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ କାନପୁର ମେଡିକାଲ ହଲଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଭେଣ୍ଟିଲେଟରରେ ରହିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ସମ୍ପ୍ରତି ଦେଶରେ ଦୁଷ୍କର୍ମ ଓ ପରେ ନିଆଁ ଲଗାଇ ଜାଳିଦେବା ପରି ଘଟଣା ବଢିଚାଲିଛି । ହାଇଦ୍ରାବାଦ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜାଳି ଦେବା ଘଟଣା ପରେ ଉନ୍ନାଓରେ ଏପରିି ଘଟଣା ସାମ୍ନାକୁ ଆସିଥିଲା । ସେହି ଘଟଣାରେ ମଧ୍ୟ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ଏବେ ଫତେପୁରରେ ସମାନ ଘଟଣା । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଉଛି ଓ ଦୁଷ୍କର୍ମକାରୀଙ୍କୁ ତ୍ୱରିତ ଫାଶୀ ଦେବାକୁ ଦାବି ହେଉଛି ।

Related posts

ମାୟାନଗରୀକୁ ରେଡ ଆଲର୍ଟ

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ମୋଦିଙ୍କ ହେଲ୍ଥ ଟିପ୍ସ: କାଢା ବଢାଇବ ରୋଗ ପ୍ରତିରୋଧକ ଶକ୍ତି

mahabharatanews

Leave a Comment