ଓଡିଶା

ବଜ୍ରକାପ୍ତା ଚୋରା ଚାଲାଣକାରୀ ଗିରଫ

(ମହାଭାରତ, ଅନୁଗୁଳ): ସାତକୋଶିଆ ଅଭୟାରଣ୍ୟର ନରସିଂହପୁର ଅଞ୍ଚଳରୁ ଜଣେ ବଜ୍ରକାପ୍ତା ଚୋରା ଚାଲାଣକାରୀକୁ ପୋଲିସ ଗିରଫ କରିଛି । ତା ନାଁ ସନ୍ତୋଷ ଘଡୋଇ ଓ ସେ ପୂର୍ବରୁ ହାତୀଦାନ୍ତ ଚୋରା ଚାଲାଣରେ ସମ୍ପୃକ୍ତ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।

ତେବେ ଏହା ପୂର୍ବରୁ ଆଉ ଏକ ବଜ୍ରକାପ୍ତା ଚୋରାଚାଲାଣକାରୀ ମାଧବକୁ ପୋଲିସ ଗିରଫ କରିଥିଲା । ପୋଲିସ ତାକୁ ଜେରା କରିବା ବେଳେ ମିଳିଥିବା ତଥ୍ୟ ଅନୁଯାୟୀ ଗତକାଲି ପୋଲିସ ସନ୍ତୋଷକୁ ଗିରଫ କରିଛି । ତା ନିକଟରୁ ମିଳିଥିବା ତଥ୍ୟ ଆଧାରରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଆଠଗଡ ଡିଏଫଓ ସୂଚନା ଦେଇଛନ୍ତି । ଏହି ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କ ମୋବାଇଲରୁ ମିଳିଥିବା ତଥ୍ୟକୁ ତର୍ଜମା କରାଯାଉଛି । ଏଥିପାଇଁ ସାଇବର କ୍ରାଇମ ସେଲର ସହାୟତା ନିଆଯାଇଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କ ଗିରଫଦାରୀ ସଂଖ୍ୟା ୧୬ରେ ପହଞ୍ଚିଛି । ବଜ୍ରକାପ୍ତା ଚାଲାଣରେ ଇଣ୍ଟରନେଟ ଓ ହ୍ୱାଟ୍ସଆପର ବ୍ୟବହାର ନେଇ ଗତ କିଛିଦିନ ତଳେ ହଇଚଇ ସୃଷ୍ଟି ହୋଇଥିଲା । ପରେ ବନବିଭାଗ ଚୋରା ଚାଲାଣକାରୀଙ୍କ ଗିରଫ ପ୍ରକ୍ରିୟା ଉପରେ ଜୋର ଦେଇଥିଲା ।

Related posts

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews

୯ରେ ଲଘୁଚାପ, ୧୧ରୁ ପୁଣି ବର୍ଷା

mahabharatanews

ଡେଙ୍ଗୁ ଆତଙ୍କ; ପୁରୀରେ ସଂଖ୍ୟା ୧୦୦ ପାର  

mahabharatanews