Uncategorized

ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କା

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁରୁଣାଗଡ ଗାଁରେ ଶନିବାର ବିଳମ୍ବିତ ରାତିରେ ଏକ ସଶସ୍ତ୍ର ଡକାୟତି ହୋଇଛି । ଦୂର୍ବୃତ୍ତମାନେ ଗାଁର ପ୍ରମୋଦ ମହାପାତ୍ରଙ୍କ ଘରେ କଳାକନା ବୁଲାଇବା ସହ ତାଙ୍କୁ ନିସ୍ତୁକ ମାଡ ମାରି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଆଦି ଲୁଟି ନେଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୂଚନା ଅନୁଯାୟୀ, ଗାଁର ଶିବ ମନ୍ଦିର ନିକଟରେ ପ୍ରମୋଦ ମହାପାତ୍ରଙ୍କ ଘର ରହିଛି । ଶନିବାର ବିଳମ୍ବିତ ରାତିରେ ୬ ଜଣ ଦୂର୍ବୃତ୍ତ ଆଜବେଷ୍ଟସ ଭାଙ୍ଗି ତାଙ୍କ ଘରେ ପସିଥିଲେ । ପ୍ରମୋଦଙ୍କ ପରିବାର ଲୋକଙ୍କୁ ବନ୍ଧୁକ, ଖଣ୍ଡା ଓ ଭୁଜାଲି ଦେଖାଇ ପ୍ରଥମେ ଭୟଭୀତ କରିଥିଲେ । ପରେ ଘର ମାଲିକଙ୍କୁ ଘରେ ଥିବା ଟଙ୍କା ଓ ସୁନା ସବୁ ଦେଇଦେବାକୁ କହିଥିଲେ । କିନ୍ତୁ ପ୍ରମୋଦ କିଛି ଉତ୍ତର ନଦେବାରୁ ତାଙ୍କୁ ଦୂର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିଲେ । ପରେ ଘରେ ଥିବା ୧ ଲକ୍ଷ ୨୦ ହଜାର ଟଙ୍କା ଓ ୫ ଭରି ସୁନା ଓ ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଥିଲେ । ତେବେ ଡକାୟତଙ୍କ ମାଡ଼ରେ ପ୍ରମୋଦଙ୍କ ବାମ ହାତରେ ଆଘାତ ଲାଗିଛି । ଛେଣ୍ଡିପଦା ଡାକ୍ତରଖାନାରେ ସେ ଚିକିତ୍ସାଧିନ ଥିବା ଜଣାପଡିଛି । ତେବେ ଲୁଟ ଦିନ ରାତିରେ ପୋଲିସକୁ ଖବର ଦିଆଯାଇଥିବା ବେଳେ ସେଠାରେ ପୋଲିସ ପହଞ୍ଚି ନଥିବା ପ୍ରମୋଦଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ରବିବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଫେରାର ଦୂର୍ବୃତ୍ତମାନଙ୍କ ପରିଚୟ ଏଯାଏ ମିଳିପାରିନାହିଁ ।

Related posts

ୟେଦୁରପ୍ପାଙ୍କୁ ଧର୍ମଗୁରୁଙ୍କ ଚେତାବନୀ: ଅପୁ ଗୌଡାଙ୍କୁ ମନ୍ତ୍ରୀ ନ କଲେ ସରକାର ଭାଙ୍ଗିବ

mahabharatanews

ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

mahabharatanews

ଆମେରିକା ଚୀନର ୧୪ ବରିଷ୍ଠ ଅଧିକାରୀଙ୍କ ଉପରେ  ଲଗାଇଲା ପ୍ରତିବନ୍ଧକ

mahabharatanews

Leave a Comment