ଓଡିଶା

ବାଇକକୁ ପିଟିଲା କାର, ୨ ଗୁରୁତର

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମଜୁରୀଗଡିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ବାଇକ୍କୁ ଗୋଟିଏ କାର ଧକ୍କା ଦେଇଛି । ଫଳରେ ବାଇକ୍ ଆରୋହୀଙ୍କ ସମେତ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁହିଁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, କିଛି ଲୋକଙ୍କୁ ନେଇ ଏକ କାର ପିକ୍ନିକ୍ ଯାଉଥିଲା । ମଜୁରିଗଡିଆ ଠାରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍କୁ ଏହା ଧକ୍କା ଦେଇଥିଲା । ଦୁର୍ଘଟଣାରେ କାରଟି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ବାଇକ୍ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related posts

ଭାଲୁ ଆକ୍ରମଣରେ ଚାଷୀ ମୃତ

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ

mahabharatanews