ଓଡିଶା

ବାଲୁକା କଳାରେ କୋରୋନା ମୁକାବିଲା ପାଇଁ ଆହ୍ୱାନ

(ମହାଭାରତ, ପୁରୀ): କୋରୋନା ଭାଇରସ ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପିଛି । ଚୀନରେ ଅନେକ ମୃତ୍ୟୁବରଣ କରିଥିବା ବେଳେ ହଜାର ହଜାର ଲୋକ ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସମୟରେ ବିଶ୍ୱବାସୀ ଏକଜୁଟ୍ ହୋଇ କୋରୋନା ବିରୋଧରେ ଲଢେଇ ଜାରି ରଖିବାକୁ ବାଲୁକା କଳା ମାଧ୍ୟମରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଚୀନର ବିପଦ ସମୟରେ ଭାରତ ସହାୟତା ପାଇଁ ହାତ ବଢାଇଥିବା ବାର୍ତ୍ତା ଏହି ବାଲୁକା କଳା ମାଧ୍ୟମରେ ଦେଇଛନ୍ତି । ସେହିପରି ଆତଙ୍କିତ ନ ହୋଇ ସତର୍କତା ଅବଲମ୍ବନ କରିବାକୁ ପୁରୀ ବେଳାଭୁମିରେ ନିର୍ମାଣ କରିଥିବା ତାଙ୍କ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ।

Related posts

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସର ଭିତ୍ତି ପ୍ରସ୍ତର ଶିଳାନ୍ୟାସ ଅନୁଷ୍ଠିତ

mahabharatanews

ସୁପରଭାଇଜରଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ହତ୍ୟା ସନ୍ଦେହ

mahabharatanews

୧୩ ଓଏଏସଙ୍କ ପଦୋନ୍ନତି

mahabharatanews