Uncategorized

ଭାରତ ବନ୍ଦ ପାଳନ ବେଳେ ପଶ୍ଚିମବଙ୍ଗରେ ହିଂସା, ୨ ମୃତ

(ମୁର୍ଶିଦାବାଦ): ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା (ଏନଆରସି)କୁ ନେଇ ମଙ୍ଗଳବାର ହୋଇଥିବା ଭାରତ ବନ୍ଦରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଘଟିଛି । ମୁର୍ଶିଦାବାଦରେ ଭାରତ ବନ୍ଦ ହିଂସାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ପ୍ରଦର୍ଶନ ସମୟରେ ବୋମା ଫିଙ୍ଗା ଯିବା ସହ ଗୁଳିଚାଳନା ହୋଇଛି । ଏହି ହିଂସାକାଣ୍ଡରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଲାଙ୍ଗି ଅଞ୍ଚଳରେ ତୃଣମୂଳ କଂଗ୍ରେସ କର୍ମିମାନେ ସିଏଏ ଓ ଏନଆରସିକୁ ବିରୋଧ କରି ରାସ୍ତା ରୋକ କରିଥିଲେ । ତେବେ ଏହାକୁ କିଛି ସ୍ଥାନୀୟ ଲୋକେ ବିରୋଧ କରିବାରୁ ହିଂସାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ହିଂସାକାଣ୍ଡ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସଙ୍କୁ ମୁତୟନ କରାଯାଇଛି ।

Related posts

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews

ଅଜଣା ଜ୍ୱରରେ ୧୦ ଜଣଙ୍କ ମୃତ୍ୟୁ

mahabharatanews

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ବର୍ଷେ

mahabharatanews