Uncategorized

ଭୀମ ଆର୍ମୀ କର୍ମକର୍ତ୍ତା ବୈଠକକୁ ମିଳିଲା କୋର୍ଟଙ୍କ ସ୍ୱୀକୃତି

ମହାଭାରତ, ନାଗପୁର: ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଆଜି ଭୀମ ଆର୍ମୀକୁ ନାଗପୁରର ରେଶିମବାଗ ପଡିଆରେ ଭୀମ ଆର୍ମୀ କୁ କର୍ମକର୍ତ୍ତାଙ୍କ ବୈଠକ ଫେବୃଆରୀ ୨୨ରେ କରିବାକୁ ଅନୁମତି ଦେଇଛନ୍ତି । ତେବେ ଏଥିରେ କେତେକ ସର୍ତ୍ତ ଜାରି କରିଛନ୍ତି । ଜଷ୍ଟିସ ସୁନିଲ ବି ଶୁକ୍ରେ ଓ ଜଷ୍ଟିସ ମାଧବ ଜେ ଜମ୍ଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୀମ ଆର୍ମୀ ଦ୍ୱାରା ଦାୟର ଏକ ଯାଚିକାର ଶୁଣାଣି କରି କହିଛନ୍ତି, ବୈଠକକୁ କେତେକ ସର୍ତ୍ତରେ ଅନୁମତି ଦିଆଯାଉଛି । କୋର୍ଟ କହିଛନ୍ତି, ବୈଠକକୁ ସର୍ବସାଧାରଣ ଧାରଣା ବା ବିରୋଧରେ ପରିବର୍ତ୍ତନ କରାଯିବ ନାହିଁ ଓ ଭୀମ ଆର୍ମୀର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏଥିନେଇ ଏକ ଲିଖିତ ରାଜିନାମ ପ୍ରଦାନ କରନ୍ତୁ ।
ଏଥିସହ କୋର୍ଟ କହିଛନ୍ତି, ବୈଠକ କାଳରେ କୌଣସି ଉଦ୍ଦିପକ ଭାଷଣ ଦିଆଯିବ ନାହଁ ଓ ଏପରି କିଛି କୁହାଯିବ ନାହିଁ ଯାହା ହିଂସାକୁ ପ୍ରୋତ୍ସାହନ କରିବ ବା ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ବା ସାମ୍ପ୍ରଦାୟିକ ଖର।।ପ ଭାବନା ସୃଷ୍ଟି କରିବ । ଅଥବା ଯାହା ଲୋକଙ୍କ ଭାବମୂର୍ତ୍ତିକୁ କ୍ଷୁନ୍ନ କରିବ । ଅଥବା ଜାତୀୟ ସ୍ୱାର୍ଥ ବିରୋଧରେ କାମ କରିବ ବୋଲି କୋର୍ଟ କହିଛନ୍ତି । ଏଥିସହ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କର୍ମକର୍ତ୍ତାଙ୍କ ବୈଠକ ଦିନ ୨ଟାରୁ ୫ଟା ମଧ୍ୟରେ ହେବ ଓ ଏଥିରେ କୌଣସି ରାଜନୈତିକ ବିଚାର ରହିବ ନ।।ହିଁ । ଏଥିନେଇ ଯାଚିକା କର୍ତ୍ତା ଓ ମୁଖ୍ୟ ବକ୍ତା ଚନ୍ଦ୍ରଶେଖର ଆଜାଦ ଏଥିନେଇ ଏକ ଲିଖିତ ରାଜିନାମା ପ୍ରଦାନ କରିବେ କି, ଯେପରି କୋର୍ଟଙ୍କ ନିର୍ଦ୍ଦେଶା ପାଳନ କର।।ଯିବ ସର୍ତ୍ତ ମୁତାବକ । ଯଦି ସର୍ତ୍ତର ଉଲ୍ଲଙ୍ଘନ ହୁଏ ତେବେ ଉଲ୍ଲଙ୍ଘନକାରୀଙ୍କ ବିରେ।।ଧରେ ଫୌଜଦାରୀ ମାମଲା ଲାଗିବ ବା କୋର୍ଟଙ୍କ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାଯୋଗ୍ୟ, ଭୀମ ଆର୍ମୀ ପକ୍ଷରୁ ଗତ ୧୨ ତାରିଖରେ ଏକ ଯାଚିକା ଦାଖଲ କରାଯାଇ ନାଗପୁରର ରେଶିମବାଗରେ ଫେବୃଆରୀ ୨୨ ତାରିଖରେ ଏକ ବୈଠକ ପାଇଁ ଅନୁମତି ମଗାଯାଇଥିଲା ।

Related posts

୭ ମାସ ପରେ ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ

mahabharatanews

ହାର୍ଲି ଡାଭିଡସନ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ: ୨୫ ଅଗ୍ନିଶମ ବାହିନୀ ନିୟୋଜିତ

mahabharatanews

ଚାରିଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣା ବିମା

mahabharatanews