କୋଆଲାଲାମପୁର: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ଆଜି ତାଙ୍କ ପଦରୁ ଇସ୍ତଫା ଦେଖିବାକୁ ମିଳିଛି । ୯୪ ବର୍ଷୀୟ ପ୍ରଧାନମନ୍ତ୍ରୀ ମହାତିର ଦୁଇ ଧାଡିର ଏକ ବୟାନ ଜାରିକରିଛନ୍ତି କି, ସେ ଆଜି ସକାଳ ୫ଟାରେ ଦେଶର ରାଜାଙ୍କୁ ନିଜ ଇସ୍ତଫା ହସ୍ତାନ୍ତର କରିଛନ୍ତି । ଏହାପରେ ମାଲେସିଆରେ ନୂତନ ସରକାର ଗଠନ ପାଇଁ ରାସ୍ତା ପରିସ୍କାର ହୋଇଛି । ମହାତିର କାଶ୍ମୀର ଉପରେ ନିଜ ଆଭିମୁଖ୍ୟ ଓ ପ।।କିସ୍ତାନକୁ ଖୋଲାଖୋଲି ସମର୍ଥନ କରି କିଛି କାଳରୁ ଚର୍ଚ୍ଚାରେ ରହିଥିଲେ । ପାର୍ଟ ଅଧ୍ୟକ୍ଷ ମୁହୟିଦ୍ଦିନ ୟାସିନ ସୋସିଆଲ ମିଡିଆରେ କହିଛନ୍ତି, ମହାତୀରଙ୍କ ଦଳ ପ୍ରଭୁମି ବେରସତୁ ମାଲେସିଆ ମଧ୍ୟ ମେଣ୍ଟ ସରକାରର ଭାଗିଦାର ପକାତନ ହରପ୍ପନକୁ ଛାଡି ଦେଇଛି ।
ମହାତିରଙ୍କ ଇସ୍ତଫାଙ୍କ ଏହି ନିଷ୍ପତ୍ତି ଗତ କିଛି ସପ୍ତାହ ଧରି ଜାରି ରାଜନୈତିକ ଯଦ୍ଧ ପରେ ନିଆଯାଇଛି । ରବିବାର ଶୁଣିବାକୁ ମିଳିଥିଲା, ମହାତିରଙ୍କ ଦଳ ନୂଆ ସରକାରର ଗଠନ କରିବା ଯୋଜନା କରୁଛି, ଯେଉଁଥିରେ ତାଙ୍କ ଦ୍ୱାରା ମନୋନିତ ଉତ୍ତରାଧିକାରୀ ଅନବର ଇବ୍ରାହିମଙ୍କୁ ସାମିଲ କରାଯିବ ନାହିଁ । ମାନେସିଆରେ ଦୁଇ ପ୍ରମୁଖ ରାଜନୈତିକ ନେତାଙ୍କ ଲଢେଇର ଇତିହାସ ରହିଛି । ଯେଉଁଥିରେ ୯୪ ବର୍ଷୀୟ ମହତିର ଓ ୭୨ ବର୍ଷୀୟ ଅନବରଙ୍କ ମଧ୍ୟରେ ବିବାଦ ରହିଛି । ତେବେ ୟୁଏମଏନଓର ପ୍ରଭୁତ୍ୱ ଥିବା ବାରିସନ ନାସନାଲ ମେଣ୍ଟକୁ ସତ୍ତାରୁ ହଟାଇବା ପାଇଁ ୨୦୧୮ରେ ଉଭୟ ଏକ ସହ ଲଢିବାକୁ ନିଷ୍ପତି ନେଇଥିଲେ । ୬ ଦଶକରୁ ଦେଶରେ ରାଜୁତି କରୁଥିବା ଦଳକୁ ପରାସ୍ତକରି ଅନବର ଓ ମହାତିର ତକ୍ରାଳିନ ପ୍ରଧାନମନ୍ତ୍ରୀ ନଜିବ ରଜ୍ଜ।।କଙ୍କଠାରୁ ଚୌକୁ ଛଡାଇ ନେଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ତିକ୍ତତା ସେତେବେଳେ ପୁନଃ ସ୍ଥାପିତ ହେଲା, ଯେତେବେଳେ ଅନବରଙ୍କୁ ସତ୍ତା ସ୍ଥାନ।।ନ୍ତର କରିବାକୁ ଏକ ସମୟସୀମା ନିର୍ଦ୍ଧ।।ରିତ କରିବାରୁ ମହାତିର ଓହରି ଯାଇଥିଲେ ।