Uncategorized

ମୌଜପୁରରେ ଫାୟାରିଂ

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ପଥର ମାଡ ପରି ଘଟଣା ଘଟିଥିବା ବେଳେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକ ହାତରେ ବନ୍ଧୁକ ନେଇ ଆଖିବୁଜା ଗୁଳି ଚଳାଉଛି । ଘଟଣାଟି ମୌଜପୁର ଓ ଯଫରାବାଦ ମଧ୍ୟରେ ଥିବା ସଡକକୁ ସଂଯୋଗ କରିଥିବା ରାସ୍ତାରେ ଘଟିଛି । ଯୁବକ ବନ୍ଧୁକରୁ ୮ ରାଉଣ୍ଡ ଫାୟାରିଂ କରିଛି । ଏହା ପରେ ପୁଲିସ ଯୁବକକୁ କବ୍ଚାକୁ ନେଇ ଯାଇଛି । ଏହି ହିଂସାରେ ପୁଲିସର ଜଣେ ହେଡ କନେଷ୍ଟବଳ ରତନଲାଲଙ୍କ ମୃତ୍ୟୁ ହୋଇଛି । ସେଠାର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷାବଳ ମୁତୟନ କରାଯାଇଛି । ପୁଲିସକୁ ଲାଠି ଚାର୍ଜ ସହ ଲୁହ ବୁହା ଗ୍ୟାସର ପ୍ରୟୋଗ କରିବାକୁ ହୋଇଛି ।

ରବିବାର ଉତ୍ତେଜନା ପରେ ମଧ୍ୟ ସୋମବାର ପ୍ରଦର୍ଶନ ଜାରି ରହିଛି । ମୌଜପୁର ମନ୍ଦିର ନିକଟରେ ସିଏଏ ସମର୍ଥକ ଓ ସ୍ଥାନୀୟ ଲୋକେ ସଡକରେ ଜମା ହୋଇଛନ୍ତି । ସଡକ ଜାମ କରି ମାଇକ ଯୋଗେ ଜୟ ଶ୍ରୀରାମର ନାରା ଦିଆଯାଉଛି । ଏଥିସହ ଘୋଷଣା କରାଯାଇଛି, ଏଠାରେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରାଯିବ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରେ ଭାରି ମାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ଲାଗୁ କରାଯାଇଛି । ପ୍ରଦର୍ଶନକାରୀଙ୍କ ଅନୁଯାୟୀ, ସମ୍ବିଧାନ ଆମକୁ ମଧ୍ୟ ଧାରଣା ଦେବାର ଅଧିକାର ଦେଇଛି । ଯେପର୍ଯ୍ୟନ୍ତ ସାହିନବାଗ, ଜାଫରାବାଦ, ଚାନ୍ଦ ବାଗରେ ରାସ୍ତା ଖାଲି ନ ହେବ ସେ ପର୍ଯ୍ୟନ୍ତ ମୌଜପୁରରୁ ମଧ୍ୟ ଭିଡ ରାସ୍ତା ଉପରେ ଲାଗି ରହିବ । ଏହି ଧାରଣାରେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଏହା ମଧ୍ୟରେ ସିଏଏ ବିରୋଧରେ ଜାଫରାବାଦ, ମୌଜପୁର ଓ ଦୟାଲପୁରରେ ହୋଇଥିବା ହିଂସାରେ ପୁଲିସ ୪ଟି ଏଫଆଇଆର ଦାୟର କରିଛି । ରବିବାର ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ଘଟଣାରେ ୧୦ ପୁଲିସ କର୍ମୀଙ୍କ ସହ ଜଣେ ସାଧରଣ ନାଗରିକ ଆହତ ହୋଇଥିଲେ ।

ସୂଚନା ମୁତାବକ, ରବିବାର ଦିନ ଉତ୍ତର ପୂର୍ବ ଦିଲ୍ଲୀର ମୌଜପୁର, କରାବଲ ନଗରରେ ସିଏଏ ସମର୍ଥକ ଓ ବିରୋଧୀ ପରସ୍ପର ମୁହାଁମୁହିଁ ହୋଇଥିଲେ । ଏହା ପରେ ମୌଜପୁର, କରାବଲ ନଗର ସମେତ କିଛି ଅନ୍ୟ ଅଞ୍ଚଳକୁ ଏହି ହିଂସା ବ୍ୟପୀ ଯାଇଥିଲା ଓ ନିଆଁ ଲଗାଯାଇଥିଲା । ଜାଫରାବଦର ମେଟ୍ରୋ ଷ୍ଟେସନ ତଳେ ମହିଳା ଧାରଣାରେ ବସିଛନ୍ତି । ଫଳରେ ଗୋଟିଏ ପଟେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ସେପଟେ ଆନ୍ଦୋଳନକାରୀ ମହିଳା ଅଡିବସିଛନ୍ତି କି, ସିଏଏ ଆଇନ ଫେରାଇ ନ ଯିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରେ ବସି ରହିଥିଲେ ।

Related posts

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

mahabharatanews

ରଥଯାତ୍ରା : ଆଉ ମାତ୍ର ୨୯ ଦିନ

mahabharatanews

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବସ୍ତି ଛାଡିବାକୁ ଅହମ୍ନଦାବାଦ ମ୍ୟୁନିସିପାଲିଟିର ନିର୍ଦ୍ଦେଶ

mahabharatanews

Leave a Comment