Uncategorized

ଯାନ୍ତ୍ରିକ ତ୍ରୁଟି ପାଇଁ ୫ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

(ମହାଭାରତ, ରାଉରକେଲା): ବନ୍ଦ ପାଳନ, ପାଗ ଖରାପ ବା ଟ୍ରାଫିକ ଅଧିକ ଥିଲେ ଟ୍ରେନ ଚଳାଚଳ ବିଳମ୍ବ ନ ହେଲେ ବାଧାପ୍ରାପ୍ତ ହୋଇଥାଏ । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନ ଚଳାଚଳ ପ୍ରାୟ ୫ ଘଣ୍ଟା ବିଳମ୍ବ ହୋଇଥିବା ଦେଖାଯାଇଛି । ଶନିବାର ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନଟି ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା ଅଟକି ରହିଥିଲା । ଟ୍ରେନଟି ପ୍ରଥମେ ଅନୁଗୁଳ ଷ୍ଟେସନରେ ୨ ଘଣ୍ଟା ଅଟକି ରହିଥିବା ବେଳେ ଏହାପରେ ସମ୍ବଲପୁରର ବାମୁର ଷ୍ଟେସନରେ ତିନି ଘଣ୍ଟା ପଡି ରହିଥିଲା ।

ଉକ୍ତ ଟ୍ରେନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଆରଏସଏସର କ୍ଷେତ୍ର ସମ୍ପର୍କ ଅଧିକାରୀ ପ୍ରସନ୍ନ ମିଶ୍ର ମଧ୍ୟ ସେହି ଟ୍ରେନରେ ଯାତ୍ରା କରୁଥିବା ସୂଚନା ମିଳିଛି । ଟ୍ରେନଟି ୫ ଘଣ୍ଟା ଅଟକି ରହିଥିବା ନେଇ ରେଳ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ ଯୋଗେ ଜୁଏଲ ସୂଚନା ଦେଇଥିଲେ । ଟ୍ରେନ ବିଳମ୍ବ ହେବା ଦୁର୍ଭାଗ୍ୟଜନକ ବୋଲି ସେ କହିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ରେଳବାଇ ଅଧିକାରୀ ଏହାର ମରାମତି ପାଇଁ ତତ୍ପରତା ନଦେଖାଇବା ଘଟଣାକୁ ସେ ସମାଲୋଚନା କରିବା ସହ ଟ୍ରେନ ଅଟକି ରହିବା କାରଣରୁ ଶହ ଶହ ଯାତ୍ରୀ ହଇରାଣ ହେଉଥିବା ଟ୍ୱିିଟରରେ ଉଲ୍ଲେଖ କରିଛନ୍ତି । ତେବେ ରେଳ କର୍ତ୍ତୃପକ୍ଷଙ୍କୁ ବିଳମ୍ବିତ ଯାତ୍ରା ବାବଦରେ ଜଣାଇବା ପରେ ଇଞ୍ଜିନ ମରାମତି କାମ ଆରମ୍ଭ ହୋଇଥିଲା । ସକାଳ ପ୍ରାୟ ୯ଟା ପରେ ଟ୍ରେନଟି ବାମୁର ଷ୍ଟେସନ ଛାଡିଛି । ଅନ୍ୟପକ୍ଷରେ ଟ୍ରେନ ବିଳମ୍ବ ହେବା ଯୋଗୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Related posts

୨୪ ଘଣ୍ଟାରେ ଭାରତରେ ୫୩ ହଜାର ୬୦୧ ନୂଆ କରୋନା ଆକ୍ରାନ୍ତ

mahabharatanews

ଚୀନରୁ ଆସାମ ଆସିଲା ୫୦ ଜହାର ପିପିଇ କିଟ

mahabharatanews

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews