Uncategorized

ଲକ୍ଷେ୍ନøରେ ଆରୋଗ୍ୟ ମେଳା ଉଦଘାଟିତ

(ମହାଭାରତ, ଲକ୍ଷେ୍ନø): ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷେ୍ନø ଠାରେ ରବିବାର ‘ଆରୋଗ୍ୟ ମେଳା’ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭ ଉଦଘାଟନ କରି ରୋଗୀଙ୍କ ସଂଖ୍ୟା ୫୬ରୁ ୬୦ ପ୍ରତିଶତକୁ କମିଛି । ଏହାସହ ରାଜ୍ୟରେ ମୃତ୍ୟୁସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି ବୋଲି କହିଥିଲେ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ରୋଗ ପାଇଁ ଟୀକାକରଣ, ସଫେଇ, ବିଶୁଦ୍ଧ ପାଣି ଯୋଗାଣ ଆଦି କାର୍ଯ୍ୟକ୍ରମ ଉପରେ ଗୁୁରତ୍ୱ ଦିଆଯାଉଛି । ରୋଗମୁକ୍ତ ରହିବା ପାଇଁ ସ୍ୱଚ୍ଛତା ଉପରେ ସଚେତନ ରହିବାକୁ ହେବ । ଏଥିପାଇଁ ସମସ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାକରଣର କରାଇନେବା ଉଚିତ । ଆରୋଗ୍ୟ ମେଳାରେ ଯୋଗ ଦେଉଥିବା ସମସ୍ତ ଲୋକଙ୍କୁ ଆୟୁଷ୍ମାନ ଭାରତ ଗୋଲଡେନ କାର୍ଡ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଏହି ମେଳାରେ ଭାଗ ନେଇଥିବା ପ୍ରତିନିଧିମାନେ ମାସେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକୁ ସଫଳ କରାଇପାରିଲେ ରାଜ୍ୟକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରାଯାଇପାରିବ ବୋଲି ଉଦଘାଟନୀ ସଭାରେ କହିଥିଲେ । ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଗୋଟିଏ ଲେଖାଏଁ କମ୍ୟୁନିିଟି ଟଏଲେଟ୍ (ଗୋଷ୍ଠି ପାଇଖାନା) ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ।

Related posts

ମହାରାଷ୍ଟ୍ରରେ କରୋନାର ଚିତ୍ର

mahabharatanews

କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ଲଞ୍ଚ ହେବ 

mahabharatanews

ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା କେରଳ

mahabharatanews

Leave a Comment