(ମହାଭାରତ, ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗାଁରେ ଏକ ଇଂରାଜୀ ମିଡିୟମ ସ୍କୁଲର ପ୍ରତିଷ୍ଠା ହୋଇଛି । ବିଦ୍ୟାଦାୟିନୀ ଟ୍ରଷ୍ଟ ‘ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ’ର ସ୍ଥାପନା କରିଛି । ଏଥିରେ ପ୍ରି-ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ନାମଲେଖାଇ ପାରିବେ । ସ୍କୁଲରେ ସିବିଏସଇ ପ୍ରଣାଳୀରେ ଶିକ୍ଷାଦାନ କରାଯିବ । ଏହି ସ୍କୁଲ ପ୍ରତିଷ୍ଠାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓକିଲ ବଳଦେବ ବେଦବାକ ଯୋଗ ଦେଇଥିଲେ । ଶିକ୍ଷାବିତ୍ ସୁଦାମ ମିଶ୍ର ମୁଖ୍ୟବକ୍ତା ଭାବେ ଅରୁଣ କୁମାର ନାଏକ, କିଶୋର କର୍ମୀ, ଭାରତ ଭୂଷଣ ଦାସ, ଅଶ୍ୱିନୀ ମେହେର, ଜଗଦୀଶ ଦେବତା ଆଦି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ କେବଳ ସ୍କୁଲରୁ ନୁହେଁ ବରଂ ନିଜ ବାପା-ମାଆ ଓ ସମାଜରୁ ମଧ୍ୟ ଶିକ୍ଷାଲାଭ କରିଥାଏ । ଏଣୁ ଶିଶୁ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ ବୋଲି କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ । ସ୍କୁଲ ପ୍ରତିଷ୍ଠା ଅନୁଷ୍ଠିତ ସଭାରେ ମେଘନାଦ ସାହୁ ସଭାପତିତ୍ୱ କରିଥିବା ବେଳେ ଦୀପକ ଦେବତା ସଭାକାର୍ୟ୍ୟ ପରିଚାଳନା କରିଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଗ୍ରାମ ଠାରେ ବିଦ୍ୟାଦାୟିନୀ ଟ୍ରଷ୍ଟ ତରଫରୁ “ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ” ନାମରେ ଏକ୍ସ ଇଂରାଜୀ ମିଡିୟମ ସ୍କୁଲ ସ୍ଥାପନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଓକିଲ ବଳଦେବ ବେଦବାକ ଯୋଗ ଦେଇଥିବା ବେଳେ, ଶିକ୍ଷାବିଡ଼ ସୁଦାମ ଚରଣ ମିଶ୍ର ମୁଖ୍ୟବକ୍ତା, ଅରୁଣ କୁମାର ନାଏକ,କିଶୋର କର୍ମୀ, ଭାରତ ଭୂଷଣ ଦାସ, ଅଶ୍ୱିନୀ ମେହେର, ଜଗଦୀଶ ଦେବତା, ଯୁଗଲ କିଶୋର ଦେହେରୀ ପ୍ରମୁଖ ଅନ୍ୟତମ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶିଶୁଟିଏ କେବଳ ସ୍କୁଲରୁ ନୁହେଁ ନିଜ ମାଁ,ବାପା ଓ ସମାଜରୁ ଅନୁକରଣ କରି ବେଶୀ ଶିକ୍ଷାଲାଭ କରିଥାଏ। ଏଣୁ ସମସ୍ତେ ଶିଶୁପ୍ରତି ଯତ୍ନଶୀଲ ହେବା ଆବଶ୍ୟକ ବୋଲି ବଳଦେବ ବେଦବାକ ପ୍ରକାଶ କରିଥିଲେ। ଶ୍ରୀ ମେଘନାଦ ସାହୁ ସଭାକୁ ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଦୀପକ ଦେବତା ସଭାକାର୍ୟ୍ୟ ପରିଚାଳନା କରିଥିଲେ।