ଓଡିଶା

ଶେରଗଡ ପୁଲିସ ହାତରେ ଆଉ ଜଣେ ଚୋରା ଗୁଟୁଖା ବେପାରି

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ପୁଣି ଗଞ୍ଜାମ ଜିଲ୍ଲା ସେରଗଡ଼ ବ୍ଲକରେ ଚୋରା ଗୁଟଖା ଓ ଖଇନି କାରବାର । ସୂଚନା ମୁତାବକ ସେରଗଡ଼ ପୋଲିସ ତହସିଲ ରୋଡରେ ଥିବା ଏକ ଘରୁ ବିପୁଳ ପରିମାଣର ଗୁଟ୍ଖା ଓ ଖଇନି ଜବତ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ବିପୁଳ ପରିମାଣର ଗୁଟ୍ଖା ମହଜୁଦ୍ ଥିବା ଖବର ପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ସଦଳବଳ ଚଢାଉ କରିଥିଲେ। ଉକ୍ତ ଘରୁ ୫୧ ବସ୍ତା ଗୁଟଖା ଓ ଖଇନି ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ତହସିଲଦାର କହିଛନ୍ତି। ନଂ.୫୧/୨୦ରେ ମାମଲା ରୁଜୁକରି ପୋଲିସ ଘର ମାଲିକଙ୍କ ପୁଅଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି ।

Related posts

ନୂଆ ଆରଟିଆଇ ତଥ୍ୟ ସାମ୍ନାକୁ ଆସିବା ପରେ ଧରାପଡିଲା ପାଣ୍ଡିଆନଙ୍କ ଚାଲ୍

mahabharatanews

ବରଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews