ଓଡିଶା

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

(ମହାଭାରତ, ଜୟପୁର): ଜୟପୁର ବ୍ଲକ ଶିବଗୁଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଲକ୍ଷ୍ମଣ ଗାଦବା ଓ ଆହତ ଜଣକ କାର୍ତ୍ତିକ ଗାଦବା କୋଟପାଟ ବ୍ଲକ ମିତିଆ ଗାଁର ବାସିନ୍ଦା ବୋଲି ଜଣାପଡିଛି । ସମ୍ପର୍କରେ ଦୁହେଁ ମାମୁ-ଭଣଜା ବୋଲି ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଉଭୟେ ମଙ୍ଗଳବାର ସକାଳେ ବିବାହ କାର୍ଡ ବାଣ୍ଟିବାକୁ ଜାମୁଣ୍ଡା ପଞ୍ଚାୟତକୁ ଯାଇଥିଲେ । ସେଠାରେ କାମ ସାରି ଗାଁକୁ ଫେରୁଥିଲେ । ଶିବଗୁଡା ବ୍ୟାଙ୍କ ନିକଟରେ ଏକ ଗାଈ ସେମାନଙ୍କ ବାଇକ୍ ଆଗକୁ ଅଚାନକ ଚାଲି ଆସିଥିଲା । ଫଳରେ ଭାରସାମ୍ୟ ହରାଇ ଦୁହେଁ ରାସ୍ତା କଡରେ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ କୁମୁଲିପୁଟ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଲକ୍ଷ୍ମଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିବା ତାଙ୍କ ଭଣଜାଙ୍କୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Related posts

‘ରାଜ୍ୟରୁ ସ୍କ୍ରବ ଟାଇଫସ ସଂଖ୍ୟା ୨ହଜାରରୁ ଅଧିକ’; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ପୁଣି ସତ୍ୟବାଦୀ ବ୍ଲକରେ ୫ଜଣ କରୋନା ପଜିଟିଭ

mahabharatanews

କିସ ଛାତ୍ର ସାଧବ କାର୍ଜୀ ପାଇଲେ ଓଜେଏସ ପରିକ୍ଷାରେ ସଫଳତା

mahabharatanews

Leave a Comment