Uncategorized

ସିଏଏ ବିରୋଧୀ ଅଭିଯାନର ମୁକାବିଲା ପାଇଁ ରାଜ୍ୟ ପ୍ରଭାରୀ ନିଯୁକ୍ତ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ), ୨୦୧୯କୁ ବିରୋଧ କରି ବିରୋଧୀ ଦଳଗୁଡିକ ବିଭିନ୍ନ ରାଜ୍ୟରେ ଚଳାଇଥିବା ପ୍ରତିବାଦ ଅଭିଯାନର ମୁକାବିଲା କରିବାକୁ ଓ ଜନତାଙ୍କ ନିକଟରେ ପହଞ୍ଚିବା (ଆଉଟରିଚ୍ ପ୍ରୋଗ୍ରାମ) ପାଇଁ ବିଜେପି ସମସ୍ତ ରାଜ୍ୟରେ ରାଜ୍ୟ ପ୍ରଭାରୀ ନିଯୁକ୍ତ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେପି ନଡ୍ଡା ବିଜେପି ନେତାମାନଙ୍କୁ ବିଭିନ୍ନ ରାଜ୍ୟଗୁଡିକରେ ପ୍ରଭାରୀ ନିଯୁକ୍ତ କରିଛନ୍ତି । ଦଳର ହେମନ୍ତ ବିଶ୍ୱ ଶର୍ମା ଏବଂ ରାହୁଲ ସିହ୍ନା ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡ଼ିଶା ଏବଂ ଉତ୍ତରପୂର୍ବରେ ଦଳର ‘ସିଏଏ ଆଉଟରିଚ’ ଅଭିଯାନର ନେତୃତ୍ୱ ନେବେ । ଉତ୍ତରପ୍ରଦେଶ ଓ ବିହାରରେ ଦଳ ପକ୍ଷରୁ ଅନୀଲ ଜୈନ ନେତୃତ୍ୱ ନେବେ । ସେହିପରି ଅବିନାଶ ରାୟଙ୍କୁ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଛତିଶଗଡରେ ଅଭିଯାନର ନେତୃତ୍ୱ ନେବାକୁ ଦାୟିତ୍ୱ ଦିଆଯାଇଛି । ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, ଗୋଆ ଏବଂ ଦାମନ ଓ ଦିଉରେ ସରୋଜ ପାଣ୍ଡେ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି । ସୁରେଶ ଭଟ୍ଟଙ୍କୁ ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଚଣ୍ଡିଗଡ ଏବଂ ଜାମ୍ମୁ-କାଶ୍ମୀରରେ ଅଭିଯାନର ଭାର ନେଇଛନ୍ତି । ସେହିପରି ବିଜେପି ନେତା ରବୀନ୍ଦ୍ର ରାଜୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ ଏବଂ ଦକ୍ଷିଣାଞ୍ଚଳରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ।

Related posts

ଦେଶରେ ଗତ ୨୪ଘଣ୍ଟାରେ ୭୦୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

୫ରେ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର, ଜାରି ହେଲା ଗାଇଡଲାଇନ

mahabharatanews

ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟ

mahabharatanews

Leave a Comment