ଓଡିଶା

ସିକିରିଡିରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

(ମହାଭାରତ, ବରଗଡ): ବରଗଡ ଜିଲ୍ଲା ସିକିରଡି ଠାରେ ପ୍ରଭୂ ଜଗନ୍ନାଥଙ୍କ ଏକ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପାଞ୍ଚଦିନ ଧରି ଚାଲିବ । ତେବେ ଉତ୍ସବର ପ୍ରଥମ ଦିନରେ ଗାଁର ଶତାଧିକ ମହିଳା ଏକ ବିରାଟ କଳସ ଶୋଭାଯାତ୍ରାରେ ବାହିରିଥିଲେ । ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ନୂତନ ବିଗ୍ରହଙ୍କୁ ଶୋଭାଯାତ୍ରାରେ ଆଣି ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ଗାଁର କିଛି ପରିବାରର ଲୋକେ କର୍ତ୍ତା ଭାବେ ଯୋଗ ଦେଇଥିଲେ । ସୁକଦେବ ତ୍ରିପାଠୀ ପୂଜକ ଭାବେ ପୂଜା କାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ନୂତନ ମନ୍ଦିରରେ ନୂଆ ବିଗ୍ରହଙ୍କ ପ୍ରତିଷ୍ଠା ହୋଇଥିଲା । ପରେ କର୍ତ୍ତାମାନେ ଯଜ୍ଞ ଆରମ୍ଭ କରିଥିଲେ । ଏହି ଉତ୍ସବକୁ ଆହୁରି ମନଲୋଭା କରିବା ପାଇଁ ମୀନାବଜାର ସହ ବିଭିନ୍ନ ଦୋକାନ ଆଦିର ଆୟୋଜନ ହୋଇଛି ।

Related posts

ବୁଲା ବିକାଳୀଙ୍କୁ ରେଲୱେ କର୍ମଚାରୀଙ୍କ ମାଡ, ଭିଡିଓ ଭାଇରାଲ

mahabharatanews

ଟାଟା ଷ୍ଟିଲର ରନ୍-ଏ-ଥନ୍ ମାରାଥନ ଆୟୋଜିତ

mahabharatanews

ବ୍ରହେଶ୍ୱରପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

mahabharatanews