Uncategorized

ସେନା ଗୁଳିରେ ଜଣେ ପାକ୍ ଅନୁପ୍ରବେଶକାରୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ସେନାର ଜବାବରେ ଜଣେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ସାମ୍ବା ସେକ୍ଟରର ମଙ୍ଗୁଚକ ସୀମା ଚୌକି ଅଞ୍ଚଳର ନିୟନ୍ତ୍ରଣ ରେଖା ଆରପଟୁ କିଛି ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ କ୍ଷେତ୍ରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବିଏସଏଫ ଯବାନମାନେ ଦେଖିବାକୁ ପାଇଥିଲେ । ଏହା ଦେଖି ଯବାନଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କ ଉପରକୁ ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ଅନୁପ୍ରବେଶକାରୀ ର ମୃତ୍ୟୁ ହୋଇଛି । କେତେଜଣ ଅନୁପ୍ରବେଶକାରୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ସେ ନେଇ ସୂଚନା ମିଳିନାହିଁ । ସେନା ପକ୍ଷରୁ ଉକ୍ତ ଅନୁପ୍ରବେଶକାରୀଙ୍କ ମୃତଦେହ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ କଡ଼ାକଡ଼ି କରାଯାଇଛି ।

Related posts

ଦେଶରେ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୁଆ କରୋନା ଆକ୍ରାନ୍ତ

mahabharatanews

ବାସ୍ତୁ ତ୍ରୁଟି ଦୂର କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବଢିଥାଏ

mahabharatanews

ଏଲଓସିରେ ପାକ ନିର୍ମିତ ସୁଡଙ୍ଗ ଠାବ କରିଛି ବିଏସଏଫ

mahabharatanews

Leave a Comment